Covid Cases Odisha: ରାଜ୍ୟରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୭୪୨୬ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶାରେ (Odisha) କରୋନା (Covid) ସଂକ୍ରମିତଙ୍କ ସଂଖ୍ୟା ଗତ କିଛିଦିନ ଧରି କମୁଥିଲା। ହେଲେ ଆଜି ପୁଣି ବଢିଛି। ରାଜ୍ୟରୁ ୭ ହଜାର ୪୨୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୮୬୭ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୪୩୦୬ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୧୨୦ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୫୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୯ଜଣ, ବାଲେଶ୍ଵରରୁ ୪୯୬ଜଣ, ବରଗଡ଼ରୁ ୧୩୪ଜଣ, ଭଦ୍ରକରୁ ୧୦୦ଜଣ, ବଲାଙ୍ଗୀରିରୁ ୨୦୭ଜଣ, ବୌଦରୁ ୯୮ଜଣ, କଟକରୁ ୫୪୮ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୩୭ଜଣ, ଗଜପତିରୁ ୯୯ଜଣ, ଗଞ୍ଜାମରୁ ୩୪ଜଣ, ଜଗତସିଂପୁରରୁ ୧୨୯ଜଣ, ଯାଜପୁରରୁ ୧୫୨ଜଣ, ଝାରସୁଗୁଡାରୁ ୪୫ଜଣ, କଳାହାଣ୍ଡିରୁ ୧୮୮ଜଣ, କନ୍ଧମାଳରୁ ୧୨୩ଜଣ, କେନ୍ଦ୍ରାପଡ଼ାରୁ ୮୪ଜଣ, କେଉଁଝରରୁ ୧୩୬ଜଣ, କୋରପୁଟରୁ ୧୫୯ଜଣ, ମାଲକାନଗିରିରୁ ୬୭ଜଣ, ମୟୁରଭଞ୍ଜରୁ ୧୬୬ଜଣ, ନବରଙ୍ଗପୁରୁ ୧୧୭ଜଣ, ନୟାଗଡ଼ରୁ ୨୪୫ଜଣ, ନୂଆପଡ଼ାରୁ ୧୯୧ଜଣ, ପୁରୀରୁ ୧୦୬ଜଣ, ରାୟଗଡାରୁ ୧୩୧ଜଣ, ସମ୍ବଲପୁରରୁ ୧୬୦ଜଣ, ସୋନପୁରରୁ ୨୧୨ଜଣ, ସୁନ୍ଦରଗଡରୁ ୭୭୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୯୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୩ ଲକ୍ଷ ୧୮ ହଜାର ୯୧୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୨୫ ହଜାର ୨୬୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୨୪୪ଜଣ ସୁସ୍ଥ ହେବା ସହିତ ମୋଟ ୧୧ ଲକ୍ଷ ୪୨ ହଜାର ୧୬୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪ ହଜାର ୫୧୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: