ରାଜ୍ୟ ରେ ସୁସ୍ଥ ହେଲେ ୫୦୫ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୨୫୫ କୁ ବୃଦ୍ଧି

Share this:

ରାଜ୍ୟରେ ଆଜି  ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯,୨୨୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୨୪୮ ଜଣ , ସୁନ୍ଦରଗଡ଼ ରୁ ୭୧ ଜଣ, ଖୋର୍ଦ୍ଧା ଜିଲ୍ଲା ରୁ ୫୨ ଜଣ, କଟକ ରୁ ୪୫ ଜଣ, ପୁରୀ ରୁ ୧୧ ଜଣ ଜଣ ,ଗଜପତି ରୁ ୧୦ ଜଣ ଓ ନବରଙ୍ଗପୁର ରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ସେହିପରି , ଯାଜପୁର ରୁ ଓ ନୟଗଡ଼ ରୁ  ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଜଗତସିଂପୁର ଜିଲାରୁ ୭ ଜଣ ସୁସ୍ଥ ହୋଇଛନ୍ତି । ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।  ଅନୁଗୋଳ ଜିଲ୍ଲାରୁ ୫ ଜଣ ସୁସ୍ଥ ହୋଇଛନ୍ତି।କନ୍ଧମାଳ,କୋରାପୁଟ ଓ  କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବରଗଡ଼ ଜିଲ୍ଲା ରୁ ୩ ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ ୩ ଓ କେଉଁଝର ଜିଲ୍ଲାରୁ ୨ ଜଣ ସୁସ୍ଥ ହୋଇଛନ୍ତି।  ଝାରସୁଗୁଡା ଓ ରାୟଗଡ଼ା ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

FROM THE WEB

Share this: