Covid-19: ଆଜି ରାଜ୍ୟରୁ ୪୨ ଜଣଙ୍କ କରୋନାରେ ମୃତ୍ୟୁ

Share this:

ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୨ଜଣ କରୋନା (Coronavirus) ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ହଜାର ୩୮୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି କରୋନା ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, ଝାରସୁଗୁଡା ଏବଂ ପୁରୀ ଜିଲ୍ଲାରୁ ୪ଜଣ ଲେଖାଏଁ ଅଛନ୍ତି। ସେହିପରି ଜଗତସିଂହପୁର, ବରଗଡ଼, କଳାହାଣ୍ଡି, ରାୟଗଡ଼ାରୁ ୩ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ, କେଉଁଝର, ମାଲକାନଗିରି ଏବଂ ସୁନ୍ଦରଗଡରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ବାଲେଶ୍ଵର, ବଲାଙ୍ଗୀରି, ଦେଓଗଡ, କେନ୍ଦ୍ରାପଡ଼ା, ନୂଆପଡ଼ା ଏବଂ  ସମ୍ବଲପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୨୭ ଲକ୍ଷ ୭୭ ହଜାର ୭୩୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୫୯ ହଜାର ୫୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮ ହଜାର ୧୮୨ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୧ ହଜାର ୧୦୪ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

Also Read | LPG:ବର୍ତ୍ତମାନ HP ଗ୍ରାହକମାନେ ମଧ୍ୟ Indane ଗ୍ୟାସ ବୁକ୍ କରିପାରିବେ

[amazon_auto_links id=”9932″]

Share this: