Odisha Covid19: ଆଜି ରାଜ୍ୟରେ ଆଉ ୪୦୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୧୪ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୭୭ ହଜାର ୫୮୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୪୫ ଜଣ ସୁସ୍ଥ କଟକରୁ ୪୦୪ ଜଣ, ବରଗଡ଼ରୁ ୧୧୩ ଜଣ, ଯାଜପୁରରୁ ୧୬୭ ଜଣ, ମୟୁରଭଞ୍ଜରୁ ୧୫୯ ଜଣ, ଭଦ୍ରକରୁ ୭୩ ଜଣ, ବାଲେଶ୍ଵରରୁ ୧୩୧ ଜଣ, ଢେଙ୍କାନାଳରୁ ୮୬ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂପୁରରୁ ୨୧୨ ଜଣ, ରାୟଗଡାରୁ ୪୧ ଜଣ, ଗଞ୍ଜାମରୁ ୪୧ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୫୭ ଜଣ, ଅନୁଗୋଳରୁ ୧୪୩ ଜଣ, ନୟାଗଡ ୪୨ ଜଣ, ସୋନପୁରରୁ ୭୮ ଜଣ, ବଲାଙ୍ଗୀରରୁ ୭୫ ଜଣ, ସୁନ୍ଦରଗଡରୁ ୬୮ ଜଣ, ଝାରସୁଗୁଡାରୁ ୧୨୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୬ ଜଣ, କେନ୍ଦ୍ରାପଡା ୧୧୯ ଜଣ, କୋରାପୁଟରୁ ୮୧ ଜଣ, କେଉଁଝରରୁ ୭୩ ଜଣ, କନ୍ଧମାଳରୁ ୧୩୦ ଜଣ, ନୂଆପଡ଼ାରୁ ୮୦ ଜଣ, କଳାହାଣ୍ଡିରୁ ୯୦ ଜଣ, ଗଜପତିରୁ ୩୧ ଜଣ, ବୌଦ୍ଧରୁ ୧୧୩ ଜଣ, ମାଲକାନଗିରି ଜିଲ୍ଲାରୁ ୫୩  ଜଣ ଏବଂ ଦେଓଗଡରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୮୯ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ସୋମବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୧୩ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

AlsoRead:Odisha Covid19: ଆଜି ୩୨୩୫ ଜଣ କରୋନା ପଜିଟିଭ ଚିହ୍ନଟ

Share this: