Covid-19:ଆଜି ଢେଙ୍କାନାଳ ଜିଲ୍ଲାରୁ ୫୪ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଜିଲ୍ଲାରୁ ୫୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ହୋମ କ୍ୱାରାଣ୍ଟାଇନ୍‌  (Home Quarantine) ରୁ ୪୦ ଏବଂ ହସ୍ପିଟାଲରୁ ୧୪ଜଣ ଚିହ୍ନଟ ହୋଇଛନ୍ତି।

ଆଜି ହିନ୍ଦୋଳ ବ୍ଲକ (Hindol Block) ରୁ ସର୍ବାଧିକ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଗଣ୍ଡାନାଳି ଏବଂ ବାରସିଙ୍ଗାରୁ ୨ଜଣ ଲେଖାଏଁ ଥିବାବେଳେ ଗୋବିନ୍ଦପୁର, ପଡା, ନୂଆପଡ଼ା, ରଞ୍ଜାଗୋଳ, ପାଟଲା, ନୂଆପାଟଣା ଏବଂ ଝାଡବନ୍ଧରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ସିଂକୋଳରୁ ଜଣେ ଅଛନ୍ତି।

ସେହିପରି Odapada Block) ରୁ ୧୦ଜଣଙ୍କ ମଧ୍ୟରୁ ରୁଙ୍ଗଟାମାଇନ୍ସରୁ ୭ଜଣ, ଉପରବାହାଲୁଣ୍ଡା, ସାନବଉଳପୁର ଏବଂ ହିନ୍ଦୋଳରୋଡ଼ରୁ ଜଣେ ଲେଖାଏଁ ଅଛନ୍ତି। ପୌରାଞ୍ଚଳ (Dhenkanal Municipality) ରୁ ୭ଜଣ,  କଙ୍କଡାହାଡ ବ୍ଲକରୁ ୫ଜଣ, ଗଁଦିଆ ବ୍ଲକ (Gondia Block) ରୁ ୪ଜଣ, ଭୁବନ ବ୍ଲକରୁ ୩ଜଣ, ଭୁବନ NAC ରୁ ୨ଜଣ ଏବଂ କାମାକ୍ଷାନଗର ବ୍ଲକ (Kamakhyanagar Block) ରୁ ଜଣେ ଚିହ୍ନଟ ହୋଇଛନ୍ତି।  

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୪୬୧ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୧୬ ହଜାର ୬୨୦ ଟି ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୬  ହଜାର ୩୧୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୩୩୨ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୪ ହଜାର ୬୪୩ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୧ ହଜାର ୬୧୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this: