Farmer’s Meeting: କୃଷକ ପ୍ରତିନିଧି ଏବଂ ଉଚ୍ଚକ୍ଷମତାପନ୍ନ ମନ୍ତ୍ରୀମାନଙ୍କର ବୈଠକ ନୂଆଦିଲ୍ଲୀଠାରେ ଚାଲିଛ

Share this:

ନୂଆଦିଲ୍ଲୀ: କୃଷକ ପ୍ରତିନିଧି ଏବଂ ଉଚ୍ଚସ୍ତରୀୟ ମନ୍ତ୍ରୀମାନଙ୍କ କମିଟିର ବୈଠକ ନୂଆଦିଲ୍ଲୀ (New Delhi) ଠାରେ ଚାଲିଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର (Narendra Singh Tomar), ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋଏଲ (Piyush Goyal) ଏବଂ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ (Som Parkash) କୃଷକ ପ୍ରତିନିଧିମାନଙ୍କ ସହ ଆଲୋଚନା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟ ଆଲୋଚନା ଲାଗି କୃଷକ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରାଯାଇଛି। ବରିଷ୍ଠ ବିଜେପି ନେତାମାନଙ୍କର ବୈଠକ ପରେ କୃଷକ ଆନ୍ଦୋଳନର ଅନ୍ତ ଘଟାଇବା ପାଇଁ ଆଲୋଚନା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା।

Farmers New Agricultural Law: ଏନ୍‍.ଡି.ଏ. ସରକାର କୃଷକମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୃଷି ନିୟମ ବିରୁଦ୍ଧରେ କୃଷକ ସଂଗଠନମାନେ ଆନ୍ଦୋଳନ ଚଳାଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ କୃଷି କ୍ଷେତ୍ରରେ ଅଣାଯାଉଥିବା ନୂତନ ସଂସ୍କାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସେମାନଙ୍କୁ ଭ୍ରମିତ କରାଯାଉଥିବା ବିଷୟରେ ଆଜି ଆଲୋଚନା କରାଯାଉଛି। ସୂଚନା ଯୋଗ୍ୟ, କେନ୍ଦ୍ର ସରକାର କୃଷକମାନଙ୍କୁ ବାରମ୍ବାର ଆଶ୍ୱାସନା ଦେଇଛନ୍ତି ଯେ ନୂତନ କୃଷି ସଂସ୍କାର ଦ୍ୱାରା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବ। ଏମ୍‍.ଏସ୍‍.ପି.  ଏବଂ ମଣ୍ଡି ପୂର୍ବ ଭଳି କାର୍ଯ୍ୟ କରିବ। କୃଷି ସଂସ୍କାରକୁ ନେଇ କୃଷକମାନେ ଭୁଲ୍‍ ବୁଝାମଣାର ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି।

Also Read| Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *