Odisha Covid:ଆଜି ଓଡ଼ିଶାରୁ ଆଉ ନୂଆ ୨୫୪୨ଜଣ ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରୁ ବର୍ତ୍ତମାନ ଦିନକୁ ଦିନ କରୋନା (Coronavirus) ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨ହଜାର ୫୪୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୧୪୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୦୮୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୪୨୫ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୬୦ଜଣ, ବାଲେଶ୍ଵରରୁ ୨୨୧ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୦୦ଜଣ, ବଲାଙ୍ଗୀରିରୁ ୨ଜଣ, ବୌଦ୍ଧରୁ ୭ଜଣ, ଦେଓଗଡ଼ରୁ ୭ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୧୫ଜଣ, ଗଞ୍ଜାମରୁ ୧୩ଜଣ, ଜଗତସିଂପୁରରୁ ୧୨୮ଜଣ, ଯାଜପୁରରୁ ୧୩୯ଜଣ, ଝାରସୁଗୁଡାରୁ ୨୪ଜଣ, କଳାହାଣ୍ଡିରୁ ୧୦ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୧୬୭ଜଣ, କେଉଁଝରରୁ ୬୯ଜଣ, ଖୋର୍ଦ୍ଧାରୁ ୪୨୪ଜଣ,  କୋରାପୁଟରୁ ୪୦ଜଣ, ମାଲକାନଗିରିରୁ ୪୨ଜଣ, ମୟୁରଭଞ୍ଜରୁ ୧୨୪ଜଣ, ନବରଙ୍ଗପୁରରୁ ୧୨ଜଣ, ନୟାଗଡ଼ରୁ ୭୮ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୫୦ଜଣ, ରାୟଗଡାରୁ ୩୭ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡରୁ ୫୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୭ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪୩ ଲକ୍ଷ ୩୫ ହଜାର ୮୦୮ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୩୨  ହଜାର ୩୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୯୨୦ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୨୮୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୭ ହଜାର ୫୮୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Modi New Cabinet: ପ୍ରତାପ ଷଡଙ୍ଗୀ,ସନ୍ତୋଷ ଗାଙ୍ଗୱାର,ରମେଶ ପୋଖ୍ରୀଆଲ ଏବଂ ଡ଼। ହର୍ଷ ବର୍ଦ୍ଧନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା

[amazon_auto_links id=”9932″]

Share this: