Covid-19 India: ଦେଶରେ ଗତ ୨୪ଘଣ୍ଟାରେ ୧୩ହଜାର ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୦ହଜାରରୁ ଅଧିକ ସୁସ୍ଥ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟହାର ୯୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ଭିତରେ ୧୦ହଜାର ୮୯୬ଜଣ କରୋନା ଆକ୍ରାନ୍ତ ସୁସ୍ଥହେବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୬ଲକ୍ଷ ୬୭ହଜାର ୭୪୧ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୩ହଜାର ୧୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯ଲକ୍ଷ ୬୩ହଜାର ୩୯୪ରେ ପହଞ୍ଚିଛି।

ସୂଚନାଅନୁସାର ଦେଶରେ ବର୍ତ୍ତମାନ ୧ଲକ୍ଷ ୩୯ହଜାର ୫୪୨ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ମୋଟ୍‍ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ହାର ୧.୨୭ ପ୍ରତିଶତ ରହିଛି। ଏଥିସହିତ ଗତ ୨୪ଘଣ୍ଟା ମଧ୍ୟରେ ଆଉ ୯୭ ଜଣଙ୍କର ମୃତ୍ୟୁ ପରେ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୬ହଜାର ୧୧୧ରେ ପହଞ୍ଚିଛି। କରୋନାଜନିତ ମୃତ୍ୟୁହାର ୧.୪୨ ପ୍ରତିଶତ ରହିଛି।

[amazon_auto_links id=”9939″]

Share this: