ଓଡ଼ିଶା ମିଡ଼ିଆ ପାଇଁ ଆସୁଛି ସୁବର୍ଣ୍ଣ ଯୁଗ! ଓଡିଆ ଗଣମାଧ୍ୟମରେ ପାଦ ଦେବେ ଜାତୀୟସ୍ତରର News Channel

Share this:

ଭୂବନେଶ୍ଵର: ଓଡ଼ିଶା ଗଣମାଧ୍ୟମ (Odisha Media) ପାଇଁ ନିଶ୍ଚିତ ଖୁସି ଖବର ହୋଇପାରେ। ଜାତୀୟ ସ୍ତରର ପ୍ରତିଷ୍ଠିତ ଥିବା ମିଡ଼ିଆ ହାଉସ ବର୍ତ୍ତମାନ ଓଡ଼ିଶା ଉପରେ ଆଖି ପକେଇଛନ୍ତି। ଆଗାମୀ ଦିନରେ ଓଡିଆ ଦର୍ଶକ ଆହୁରି ଓଡିଆ ନ୍ୟୁଜ୍ (News Channel) ଏବଂ ମନୋରଞ୍ଜନ ଚ୍ୟାନେଲ (Entertainment) ଦେଖିବାର ସୁଯୋଗ ପାଇବେ ତାହା ପୁଣି ଜାତୀୟ ସ୍ତରର। କେବଳ କରୋନା ମହାମାରୀ ଲକଡାଉନ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ଟିକେ ଧିମେଇ ଯାଇଛି।  

ସୂଚନା ଅନୁସାରେ ବ୍ରଡକାଷ୍ଟ ଦର୍ଶକ ଅନୁସନ୍ଧାନ ପରିଷଦ (Broadcast Audience Research Council-BARC) ଦ୍ୱାରା ପ୍ରକାଶିତ ସର୍ବଶେଷ ଟିଭି ୟୁନିଭର୍ସ ଏଷ୍ଟିମେଟସ୍ 2020 (TV Universe Estimates 2020) ଅନୁଯାୟୀ ଓଡ଼ିଶା ବର୍ତ୍ତମାନ ଟେଲିଭିଜନ ଇଣ୍ଡଷ୍ଟ୍ରିର ପ୍ରମୁଖ ବଜାର ଭାବରେ ଉଭା ହେଉଛି। ଅନ୍ୟ ହିନ୍ଦୀ ଭାଷାଭାଷୀ ବଜାର ତୁଳନାରେ ବିହାର,ଝାଡଖଣ୍ଡ  ଉତ୍ତର ପୂର୍ବ ପରେ ଟିଭି ବଜାର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ହୋଇଥିବା ଓଡିଶା ହେଉଛି ତୃତୀୟ ବଜାର।

ସର୍ବଶେଷ BARC ଇଣ୍ଡିଆର ଟିଭି ୟୁନିଭର୍ସ ଆକଳନ ୨୦୨୦ ଅନୁଯାୟୀ, ଓଡିଶା ଟିଭି ପରିବାରରେ ୧୩% ଅଭିବୃଦ୍ଧି ହୋଇଛି, ଫଳସ୍ୱରୂପ ଦର୍ଶକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ପ୍ରସାରଣକାରୀ କମ୍ପାନୀମାନେ ବର୍ତ୍ତମାନ ଓଡିଶା ବଜାରରେ ନିଜର ଉପସ୍ଥିତି ପାଇଁ ବର୍ତ୍ତମାନ ପୁଞ୍ଜି ଯୋଗାଇ ଦେଉଛନ୍ତି। ୨୦୨୧ ଶେଷ ସୁଦ୍ଧା ଏହି ଗୋଷ୍ଠୀ ଚ୍ୟାନେଲ ଲଞ୍ଚ କରିବାକୁ ଯୋଜନା କରିଛନ୍ତି। ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳ ବଜାରକୁ ଟାର୍ଗେଟ କରୁଥିବା ଫ୍ରୀ-ଟୁ-ଏୟାର ଚ୍ୟାନେଲଗୁଡିକ ପାଇଁ, ଯେଉଁଠାରେ ସହରୀ ବଜାର ତୁଳନାରେ ଦର୍ଶକ ଅଧିକ ହେଉଛନ୍ତି।

ନିକଟରେ ୨ଟି ଓଡିଆ ସାଟେଲାଇଟ ନ୍ୟୁଜ୍ ଚ୍ୟାନେଲ ଲଞ୍ଚ ହୋଇଛି। ବଡଖବର (Bada Khabar) ଓ ଅର୍ଗସ ଟିଭି (Argus TV)।  ଏହା ଆମ ଓଡ଼ିଶା ପାଇଁ ଗର୍ବର ବିଷୟ। ବର୍ତ୍ତମାନ ଓଡ଼ିଶାକୁ ଜାତୀୟ ସ୍ତରର ନ୍ୟୁଜ୍ ଚ୍ୟାନେଲ ଆସିବା ପରେ ନିଶ୍ଚିନ୍ତ ଭାବରେ କର୍ମନିଯୁକ୍ତି ମିଳିବ। ତାସହିତ ଦର୍ଶକ ବହୁତ ଭଲ ଭଲ ଖବର ଦେଖିବାର ସୁଯୋଗ ପାଇବେ ଏବଂ ଓଡ଼ିଶା ଘଟଣା ଦେଶ ସାରା ଲୋକ ଜାଣିପାଇବେ। ସେହିପରି ସିତାରାମ ଅଗ୍ରୱାଲଙ୍କ ମାଲିକାନାରେ ଥିବା ସିଦ୍ଧାର୍ଥ ଟିଭି ନେଟୱାର୍କ ନିକଟରେ ଓଡ଼ିଶା ବଜାରରେ ତିନୋଟି ଚ୍ୟାନେଲ ଲଞ୍ଚ କରିଛି ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଟିଭି ଏବଂ ସିଦ୍ଧାର୍ଥ ଗୋଲ୍ଡ।

Also Read | ୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

[amazon_auto_links id=”10233″]
Share this:

Leave a Reply

Your email address will not be published. Required fields are marked *