Corona Angul: ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୮୧୬ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ ଆଜି ପୁଣି ୮୧୬ ଜଣ କରୋନା (Corona Virus) ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲା ପାଇଁ ଚିନ୍ତାର କାରଣ ପାଲଟିଛି। କେବଳ କିଛି ଅମାନିଆଙ୍କ ପାଇଁ ଶିଳ୍ପସମୃଦ୍ଧ ଜିଲ୍ଲାରେ କରୋନା ତାର କାୟା ସହଜରେ ବିସ୍ତାର କରିଚାଲିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୭୬୨ରେ ପହଞ୍ଚିଛି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତକ ସଂଖ୍ୟା ୮୮୭ରେ ପହଂଚିଛି। ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ୮୫୦ ଆଜି ଚିହ୍ନଟ ହୋଇଛନ୍ତି।

ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ  ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୭୫ଜଣ (୯୨ଜଣ ପୁରୁଷ ଓ ୮୩ଜଣ ମହିଳା), ତାଳଚେର ବ୍ଲକ୍ ଅଂଚଳରୁ ୧୦୩ଜଣ (୫୯ ଜଣ ପୁରୁଷ ଓ ୪୪ଜଣ ମହିଳା, କଣିହାଁ ବ୍ଳକ୍ ଅଂଚଳରୁ ୯୬ଜଣ (୫୬ଜଣ ପୁରୁଷ ଓ ୪୦ଜଣ ମହିଳା), ବଅଁରପାଳ ବ୍ଲକ୍ ଅଂଚଳରୁ ୯୫ଜଣ (୬୪ଜଣ ପୁରୁଷ ଓ ୩୧ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୭୯ଜଣ (୫୬ଜଣ ପୁରୁଷ ଓ ୨୩ଜଣ ମହିଳା), ଅନୁଗୋଳ ବ୍ଲକ୍ ଅଂଚଳରୁ ୨୯ଜଣ (୫୬ଜଣ ପୁରୁଷ ଓ ୨୩ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୫୬ଜଣ ୩୧ଜଣ ପୁରୁଷ ଓ ୨୫ଜଣ ମହିଳା), କିଶୋରନଗର ବ୍ଲକ୍ ଅଂଚଳରୁ ୫୪ଜଣ (୨୦ଜଣ ପୁରୁଷ ଓ ୩୪ଜଣ ମହିଳା), ପାଳଲହଡା ବ୍ଳକ୍‌ ଅଂଚଳରୁ ୪୪ଜଣ (୨୭ଜଣ ପୁରୁଷ ଓ ୧୭ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୫ଜଣ (୧୮ ଜଣ ପୁରୁଷ ଓ ୭ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୦ଜଣ (୭ ଜଣ ପୁରୁଷ ଓ ୩ଜଣ ମହିଳା) ଅଛନ୍ତି।

ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱର୍ଡ ଓ ୧୧୮ ଜଣଙ୍କୁ  ତାଳଚେର କୋଭିଡ଼ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୋଳ ଜିଲ୍ଲାରୁ ୫୦୮ଜଣ ସୁସ୍ଥ ହୋଇଛନ୍ତି।

Also Read | ୧୨ଶହ କିଲୋମିଟର ଅଞ୍ଚଳ,୧୨ଶହ ଯବାନ, ୮୪ ଘଣ୍ଟା ସର୍ଚ୍ଚ ଅପରେସନ୍;ନିଖୋଜ ୨୬ ନାବିକଙ୍କୁ ଖୋଜା ଚାଲିଛି…

[amazon_auto_links id=”9939″]
Share this: