Cyclone Yaas Updates: ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’!

Share this:

ଭୂବନେଶ୍ଵର: ଆସୁଛି ବାତ୍ୟା ୟାସ (Yaas)। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଓଡ଼ିଶା (Odisha) ଓ ପଶ୍ଚିମବଙ୍ଗ (West Bengal) ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା (Cyclone)। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

ପାଣିପାଗ ବିଭାଗର ସୂଚନାନୁସାରେ, ମେ ୨୩ରୁ ୨୪ ମଧ୍ୟରେ ବଙ୍ଗୋପସାଗରରେ ‘ୟାସ’ (Yaas) ଝଡ଼ ଆସିବ। ଏଥର ଘୂର୍ଣ୍ଣିବଳୟକୁ ‘ୟାସ୍’ କୁହାଯାଉଛି। ଏହାକୁ ଓମାନ (Oman) ଦ୍ୱାରା ନାମକରଣ କରାଯାଇଛି। ପାଣିପାଗ ବିଜ୍ଞାନୀମାନେ ମଧ୍ୟ ୟାସଙ୍କୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିଚାର କରୁଛନ୍ତି। ଏହି ସାଇକ୍ଲୋନିକ୍ ଝଡ଼ର ପ୍ରଭାବ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଓଡିଶା ଏବଂ ପଶ୍ଚିମବଙ୍ଗ ଉପରେ ପଡ଼ିବ।

ଉତ୍ତର ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ସମ୍ଭାବ୍ୟ ବାତ୍ୟା ୟାସ୍‍ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆସନ୍ତା ୨୫ ତାରିଖ ସୁଦ୍ଧା ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ। ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟା ପ୍ରତି ୪୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ମେ ୨୪ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ୬୫ରୁ ୮୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ସମୁଦ୍ର ଅସାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି।

ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ସେ କହିଛନ୍ତି, ବାତ୍ୟା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ଓ ଏନ୍‍ଡିଏମ୍‍ଏ ସହ ବୈଠକ ହୋଇଛି। ସେ କହିଛନ୍ତି, ପ୍ରାକ୍‍ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ସୁନ୍ଦରବନ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ସେ କହିଛନ୍ତି, ଆଜିଠାରୁ ହିଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏଥିପାଇଁ ଏନ୍‍ଡିଆରଏଫ ଏବଂ ଓଡ୍ରାଫ୍‍ ଟିମ୍‍ ପ୍ରସ୍ତୁତ ଅଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀ ତଦାରଖ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‍ ଖୋଲିବା ସହିତ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କ ସମେତ ଜଳସମ୍ପଦ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ସମସ୍ତ ରାଜସ୍ୱ କମିଶନର, ପୁଲିସ୍‍ ବିଭାଗକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସ୍‍ଆର୍‍ସି ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, ସମ୍ଭାବ୍ୟ ବାତ୍ୟା ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ଯେ, ପୂର୍ତ୍ତ ଓ ଜଳସମ୍ପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‍ ଖୋଲାଯିବ। ଏହାସହ ଏକ ଟୋଲ-ଫ୍ରି ନମ୍ବର ମଧ୍ୟ ଜାରି କରାଯିବ। ସେ କହିଛନ୍ତି, ଖରାଦିନରେ ବାତ୍ୟା ଆସୁଥିବାରୁ ବନ୍ୟା ହେବାର ସମ୍ଭାବନା ନାହିଁ। ତେବେ କିଛି ସ୍ଥାନରେ ପାଣି ଜମିପାରେ। ଏଥିପାଇଁ ବନ୍ଧ ଉପରେ ନଜର ରଖାଯାଇଛି ଏବଂ ଡ୍ରେନ୍‍ ସଫା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, କଳାହାଣ୍ଡି, ମାଲକାନଗିରି ଏବଂ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Also Read | Corona Odisha:ଓଡ଼ିଶାରେ ବଢିଲା କରୋନା,ଆଜି ୧୨ ହଜାର ୫୨୩ ଚିହ୍ନଟ

[amazon_auto_links id=”9932″]
Share this:

Leave a Reply

Your email address will not be published. Required fields are marked *