Corona Odisha:ଓଡ଼ିଶାରେ ବଢିଲା କରୋନା,ଆଜି ୧୨ ହଜାର ୫୨୩ ଚିହ୍ନଟ

Share this:

ଭୁବନେଶ୍ଵର:ଓଡ଼ିଶା (Odisha) ରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଆଜି ପୁଣି ୧୨ହଜାର ୫୨୩ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୭୦୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୫୫୧୧ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୮୪୨ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୯୩୦ଜଣ, ବାଲେଶ୍ଵରରୁ ୫୧୦ଜଣ, ବରଗଡ଼ରୁ ୩୧୫ଜଣ, ଭଦ୍ରକରୁ ୧୭୭ଜଣ, ବଲାଙ୍ଗୀରିରୁ ୨୯୬ଜଣ, ବୌଦ୍ଧରୁ ୩୬୫ଜଣ, କଟକରୁ ୧୦୮୪ଜଣ, ଦେଓଗଡ଼ରୁ ୧୦୬ଜଣ, ଢେଙ୍କାନାଳରୁ ୧୩୨ଜଣ, ଗଜପତିରୁ ୫୩ ଜଣ, ଗଞ୍ଜାମରୁ ୩୬୯ଜଣ, ଜଗତସିଂପୁରରୁ ୩୨୫ଜଣ, ଯାଜପୁରରୁ ୪୧୯ଜଣ, ଝାରସୁଗୁଡାରୁ ୩୭୩ଜଣ, କଳାହାଣ୍ଡିରୁ ୪୯୧ଜଣ, କନ୍ଧମାଳରୁ ୧୦୦ଜଣ, କେଉଁଝରରୁ ୨୩୨ଜଣ,କୋରାପୁଟରୁ ୨୩୩ଜଣ, କେନ୍ଦ୍ରାପଡ଼ାରୁ ୧୯୫ଜଣ, ମୟୁରଭଞ୍ଜରୁ ୫୪୬ଜଣ, ମାଲକାନଗିରିରୁ ୭୩ଜଣ, ନବରଙ୍ଗପୁରରୁ ୩୮୩ଜଣ, ନୟାଗଡ଼ରୁ ୩୧୫ଜଣ, ନୂଆପଡ଼ାରୁ ୧୨୯ଜଣ, ପୁରୀରୁ ୫୬୮ଜଣ, ରାୟଗଡାରୁ ୩୨୧ଜଣ, ସମ୍ବଲପୁରରୁ ୪୦୦ଜଣ, ସୋନପୁରରୁ ୨୦୨ଜଣ, ସୁନ୍ଦରଗଡରୁ ୭୧୫ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୨୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୧ଲକ୍ଷ ୮୦ ହଜାର ୬୪୯ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୬୮ ହଜାର ୪୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୯ ହଜାର ୮୭୦ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୫୬ ହଜାର ୫୦୧ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୯ ହଜାର ୪୩୮ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ରାଉରକେଲାରେ Covid ଚିକିତ୍ସା ପାଇଁ ଆଇସିୟୁ ଭେଣ୍ଟିଲେଟର ବେଡ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

[amazon_auto_links id=”9932″]

Share this: