Odisha School to Remain Closed:୨୬ ଏପ୍ରିଲରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି, ଚାଲୁ ରହିବ +୨ ଏବଂ ମାଟ୍ରିକ ପରୀକ୍ଷା

school-closed_odisha
Share this:

ଭୁବନେଶ୍ଵର: Odisha School to Remain Closed ଆସନ୍ତା କାଲି ଏପ୍ରିଲ ୨୬ ତାରିଖ ଠାରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ଅର୍ଥାତ ୫ ଦିନ ସ୍କୁଲ ଛୁଟି ରହିବ। ଏଥିସହିତ ରାଜ୍ୟର ସମସ୍ତ ସରକାରୀ ଏବଂ  ବେସରକାରୀ ସ୍କୁଲ ମଧ୍ୟ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। କିନ୍ତୁ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକରେ ସାମୟିକ ଭାବେ ପାଠପଢ଼ା ସ୍ଥଗିତ ରଖାଯାଇଛି। କିନ୍ତୁ ମାଟ୍ରିକ ଏବଂ +୨ ଶ୍ରେଣୀର ପରୀକ୍ଷା ଏହି ସମୟରେ ଚାଲୁ ରହିବ। ଏନେଇ ଓସେପା (OSEPA), ଓଏଭିଏସ୍‌ (OAVS), ଏମ୍‌ଡିଏମ୍‌ (MDM),ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଏସ୍‌ସିଇଆରଟି, ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ, ବିଏସ୍‌ଇ ସଭାପତିଙ୍କୁ ଚିଠି ଲେଖି ଜଣାଇଛନ୍ତି।

Read Also | Covid Cases Odisha: ରାଜ୍ୟରୁ ପୁଣି ଆଜି ୯ କରୋନା ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published.