Covid-19 Odisha Report: ଓଡ଼ିଶାରୁ ୩୬୨୯ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡିଶାରେ ଆଜି ୩ ହଜାର ୬୨୯ଜଣ କରୋନା ଭୂତାଣୁ (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୫୧୫ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨୧୧୫ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୧୪ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୮୯ଜଣ, ବାଲେଶ୍ଵରରୁ ୧୧୧ଜଣ, ବରଗଡ଼ରୁ ୭୧ଜଣ, ଭଦ୍ରକରୁ ୪୫ଜଣ, ବଲାଙ୍ଗୀରିରୁ ୯୧ଜଣ, ବୌଦରୁ ୮୦ଜଣ, କଟକରୁ ୩୨୯ ଜଣ, ଦେଓଗଡ଼ରୁ ୬୮ଜଣ, ଢେଙ୍କାନାଳରୁ ୫୫ଜଣ, ଗଜପତିରୁ ୫୬ଜଣ, ଗଞ୍ଜାମରୁ ୪୬ଜଣ, ଜଗତସିଂପୁରରୁ ୮୯ଜଣ, ଯାଜପୁରରୁ ୧୩୭ଜଣ, ଝାରସୁଗୁଡାରୁ ୫୧ଜଣ, କଳାହାଣ୍ଡିରୁ ୮୫ଜଣ, କନ୍ଧମାଳରୁ ୪୭ଜଣ, କେନ୍ଦ୍ରାପଡ଼ାରୁ ୧୪୯ଜଣ, କେଉଁଝରରୁ ୪୪ଜଣ, କୋରପୁଟରୁ ୩୧ଜଣ, ମାଲକାନଗିରିରୁ ୨୩ଜଣ, ମୟୁରଭଞ୍ଜରୁ ୧୪୨ଜଣ, ନବରଙ୍ଗପୁରୁ ୯୦ଜଣ, ନୟାଗଡ଼ରୁ ୧୧୮ଜଣ, ନୂଆପଡ଼ାରୁ ୭୦ଜଣ, ପୁରୀରୁ ୫୩ଜଣ, ରାୟଗଡାରୁ ୧୦୧ଜଣ, ସମ୍ବଲପୁରରୁ ୧୦୧ଜଣ, ସୋନପୁରରୁ ୩୫ଜଣ, ସୁନ୍ଦରଗଡରୁ ୩୪୬ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୧୬୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୭୮ ଲକ୍ଷ୧୨ହଜାର ୨୨୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୫୯ ହଜାର ୪୦୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬ ହଜାର ୬୭ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୧୫ ହଜାର ୩୮୦ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ହଜାର ୩୦୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Share this: