Weather Report Odisha: ଓଡ଼ିଶାରେ ଆଜିଠାରୁ ୨ ଦିନ ବର୍ଷା

Share this:

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରବାହରେ ବଙ୍ଗୋପ ସାଗର (The Bay Of Bengal) ମଧ୍ୟରୁ ଓଡ଼ିଶା (Odisha) ଭିତରକୁ ଉଷ୍ଣ ଜଳୀୟବାଷ୍ପ ବାୟୁ ପ୍ରବାହ ଦ୍ଵାରା ଆଜି ଗୁରୁବାର ଏବଂ ଆସନ୍ତାକାଲି ୪ ତାରିଖ ଶୁକ୍ରବାର ରାଜ୍ୟର କେତକ ଜିଲ୍ଲାରେ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗୁରୁବାର ଭୋରୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ଏବଂ ଢେଙ୍କାନାଳ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାର କିଛି ସ୍ଥାନରେ କୁହୁଡି ରହିଛି। ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁହୁଡି ହୋଇପାରେ।

ସୂଚନାଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କୁଆପଥର ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ବଜ୍ରପାତ ନେଇ ହଳଦିଆ ସତର୍କ ସୂଚନ‌ା ଜାରି କରାଯାଇଛି।

ସମ୍ଭାବ୍ୟ ବର୍ଷା ପ୍ରଭାବରେ ପରିବା ଓ କୃଷି ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ଅମଳ ଉପଯୋଗୀ ଫସଲ ସହିତ ଅନ୍ୟାନ୍ୟ ପରିବାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇବା ହେତୁ ଶୀତ ପ୍ରକୋପ କମିଛି।

Read Also | Omicron Sub-Variant: ଦ୍ରୁତ ଗତିରେ ବଢୁଛି ଓମିକ୍ରନ୍ ସବ୍-ଭାରିଆଣ୍ଟ, WHO ର ଚେତାବନୀ



Share this: