Yaas:ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ,ଓଡ଼ିଶାକୁ ଦେଲେ ୫୦୦ କୋଟି

Share this:

ଭୂବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minisiter Narendra Modi) ଆଜି ଓଡ଼ିଶା (Odisha) ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରଠାରେ ବାତ୍ୟା ୟାସ୍‍ (Cyclone Yaas) ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ରସରକାର ସବୁବେଳେ ଓଡ଼ିଶା ସହ ରହିଆସିଛନ୍ତି। ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଫାଇଭ୍‍ଟି ସଚିବ ଭି.କେ.ପାଣ୍ଡିୟାନ ଓ ପୁଲିସ୍‍ ଡିଜି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାର କୌଣସି ରିଲିଫ ପ୍ୟାକେଜ୍‍ ପରିବର୍ତ୍ତେ ବାତ୍ୟାର ଦୀର୍ଘସୂତ୍ରୀ ସମାଧାନ ବ୍ୟବସ୍ଥା ଚାହୁଥିବା ନେଇ କେନ୍ଦ୍ର ନିକଟରେ ଜଣାଇଥିଲେ। ବିଶେଷକରି ଓଡ଼ିଶା ଦୁଇଟି ଦାବୀ କରିଥିବା ନେଇ ଏସ୍‍ଆରସି ପ୍ରଦୀପ କୁମାର ଜେନା କହିଛନ୍ତି। ପ୍ରଥମଟି ହେଉଛି   ବିପର୍ଯ୍ୟୟ ସହନଶୀଳ ବିଦ୍ୟୁତ୍‍ ବ୍ୟବସ୍ଥା ଓ ଅନ୍ୟଟି ହେଉଛି ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା । ଏସବୁ ପାଇଁ ଉନ୍ନତ ବୈଷୟିକ ବ୍ୟବସ୍ଥା ଥିବା ଭୂତଳ କେବୁଲ ବ୍ୟବସ୍ଥା ବାତ୍ୟା ସମୟରେ ୭-୮ ମିଟର ପର୍ଯ୍ୟନ୍ତ ଜୁଆର ଉଠୁଥିବାରୁ ଏହାର ମୁକାବିଲା କରିବା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ଜଣାଇଛନ୍ତି। ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟ ସରକାର ବାତ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବେ ବୋଲି ଶ୍ରୀ ଜେନା କହିଛନ୍ତି।

ସାମୁଦ୍ରିକ ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଓଡ଼ିଶା ପକ୍ଷରୁ କୌଣସି କେନ୍ଦ୍ରୀୟ ସହାୟତା ଦାବି କରାଯ଼ାଇନଥିଲା। କିନ୍ତୁ ବାତ୍ୟା ପରବର୍ତ୍ତୀ ସହାୟତା ଓ ପୁନର୍ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫୦୦ କୋଟିର ସହାୟତା ପ୍ରଦାନ କରିଛନ୍ତି। ସେହିପରି ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯ଼ାଇଛି।

Also Read | Yaas:୨୪ ଘଣ୍ଟାରେ ୮୦ ପ୍ରତିଶତ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *