Dhenkanal: ଆଜି ଢେଙ୍କାନାଳ ଜିଲ୍ଲାରୁ ନୂଆ ୫୫ ଜଣ corona ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରୁ ଆଉ ନୂଆ ୫୫ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୫୩ ଏବଂ ହସ୍ପିଟାଲରୁ ୨ଜଣ ଚିହ୍ନଟ ଅଛନ୍ତି। ସେହିପରି ଜିଲ୍ଲାରୁ ଆଜି ୨ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦକ୍ଷିଣକାଳୀରୁ ୪ଜଣ, କାଠଗଡାରୁ ୨ଜଣ ଥିବାବେଳେ ଚନ୍ଦନବଜାର, ଷ୍ଟେସନ୍ ବଜାର, ଜୁବୁଲିଟାଉନ, କାରିଗରସାହି, କୋରିଆଁ, ଦେଉଳସାହି, ବୋରପଦା ଏବଂ ରଥଗଡାରୁ ଜଣେ ଲେଖାଏଁ ଅଛନ୍ତି।

କାମାକ୍ଷାନଗର ବ୍ଲକ (Kamakhya Nagar Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। କନ୍ତିଓକାଟେଣି, କଂଗେଇଲୋ, ଜଗନ୍ନାଥପୁର, ବୈଶିଙ୍ଗା, ସାରୁଆଳି, ସିବୁଲାପଶି, ଯନ୍ତାରିବୋଲ ଏବଂ ଘଟଘଟିଆରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଟୁଟୁପଡାରୁ ୪ଜଣ, ମହାଲୁଣ୍ଡାରୁ ୨ଜଣ ଥିବାବେଳେ ବାବନ୍ଧଏବଂ କୁମୁରିସିଂହାରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୬ ଜଣ ଚିହ୍ନଟଙ୍କ ମଧ୍ୟରୁ ହରିପୁର, ଗୋବିନ୍ଦପ୍ରସାଦ, କୁଟିବେରେଣା, ଚାଇଁପୁରପାଟେଣା, ସିମିନଇ ଏବଂ କାଉଁରିଆପାଲରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ କୋଇଲିପଙ୍ଗି, ଖୁଂଟଝରି, ବେଲଟିକିରୀ, ସାରିଆଁ ଏବଂ ଗୋବିନ୍ଦପୁରରୁ ଜଣେ ଲେଖାଏଁ ଅଛନ୍ତି। ଗଁଦିଆ ବ୍ଲକ ମଧ୍ୟରୁ ୪ଜଣ ଚିହ୍ନଟ ହୋଇଛନ୍ତି। ବାରଦାରୁ ୨ଜଣ, ଗୋପାଳପୁର  ଏବଂ ବାଲିପାଟଣାରୁ ଜଣେ ଲେଖାଏଁ ଅଛନ୍ତି।

କଙ୍କଡାହାଡ ବ୍ଲକ ବାଟଗାଁରୁ ୩ଜଣ ଅଛନ୍ତି। ମହାବୀରରୋଡ଼, ଢୋଲପଶି ଏବଂ ତାଣ୍ଡିମୁଣ୍ଡାରୁ ଜଣେ ଲେଖାଏଁ ଅଛନ୍ତି। ପର୍ଜଙ୍ଗ ବ୍ଲକ (Parjang Block) ରୁ ୨ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜୟପୁରାକାଟେଣି ଏବଂ ବସୁଲେଇରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଭୁବନ ବ୍ଲକର ଯମୁନାକୋଟ ଏବଂ ଗୋଡାରୁ ଜଣେ ଲେଖାଏଁ ଅଛନ୍ତି। ଭୁବନ NAC ରୁ ଜଣେ ଅଛନ୍ତି। କାମାକ୍ଷାନଗର NAC ରୁ ୨ଜଣ ଚିହ୍ନଟ ହୋଇଛନ୍ତି।

ମୋଟ ୩ ଲକ୍ଷ ୫୬ ହଜାର ୧୧୧ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୧୩୦ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୫୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୨୫୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୭୭ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୯୪ ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha Covid: ଆଜି ଓଡ଼ିଶାରୁ ନୂଆ ୨୨୮୨ ଜଣ ପଜିଟିଭ ଚିହ୍ନଟ

Share this: