Angul Covid19:ଅନୁଗୋଳରୁ ଆଜି ୧୪୭ କରୋନା ପଜିଟିଭ ଚିହ୍ନଟ

Share this:

ଅନୁଗୋଳ(ମହିମା ଲାଇଭ ବ୍ୟୁରୋ): ଆଜି ଅନୁଗୋଳ ଜିଲ୍ଲାରୁ ୧୪୭ ଜଣ ନୂଆ କରୋନା (Covid-19) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୭ ହଜାର ୧୨୩ ରେ ପହଞ୍ଚିଲା।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ନମୁନା ପରୀକ୍ଷା କରିଥିବା ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫ ରେ ପହଞ୍ଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨୯ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୨୫ ଜଣ, ଅନୁଗୁଳ ପୌରାଞ୍ଚଳରୁ ୨୨ ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୯ ଜଣ, ତାଳଚେର ପୌରାଞ୍ଚଳରୁ ୧୬ ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧୪ ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୧୪ ଜଣ, ଆଠମଲ୍ଲିକ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ୪ ଜଣ, ଅନୁଗୋଳ ବ୍ଲକ୍ ଅଞ୍ଚଳରୁ ୨ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ଜଣେ  ଓ ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ଜଣେ ଅଛନ୍ତି।

ସେହିପରି ଆଜି ଜିଲ୍ଲାରୁ ୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୮୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this: