Angul Covid19 Updates: ଅନୁଗୋଳରୁ ୧୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ୮୦୮୨

Share this:

ଅନୁଗୋଳ: ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲାରୁ ୧୧୬ ଜଣ ନୂଆ କରୋନା ପଜିଟିଭ (Corona) ଚିହ୍ନଟ ହୋଇଛନ୍ତି। ଏଥିସହିତ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୮୨ରେ ପହଞ୍ଚଛି।

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ ରେ ପହଂଚିଛି।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ  ପୌରାଞ୍ଚଳରୁ ୩୮ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୮ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୮ ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୩ଜଣ, ପାଳଲହଡା ବ୍ଳକ୍ ଅଞ୍ଚଳରୁ ୮ଜଣ, ତାଳଚେର ପୌରାଞ୍ଚଳରୁ ୭ଜଣ, କଣିହାଁ ବ୍ଳକ୍ ଅଞ୍ଚଳରୁ ୫ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୩ ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୩ଜଣ, ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨ ଜଣ  ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଅଛନ୍ତି।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ଜିଲ୍ଲାରୁ ୨୨୭ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ କୋଭିଡ ହସପିଟାଲରୁ, ୧୧ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୨୦୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Corona Vaccine: କରୋନା ଟିକା କିପରି ଆପଣ ପାଇବେ, ଜାଣନ୍ତୁ ସରକାରଙ୍କ ଯୋଜନା

Share this: