Covid19 India:୨୪ଘଣ୍ଟା‌ରେ ୮୬,୦୫୨ଜଣ କରୋନା ଚିହ୍ନଟ,୧୧୪୧ଜଣ ମୃତ; ସର୍ବାଧିକ ପ୍ରଭାବିତ ପାଞ୍ଚ ରାଜ୍ୟ

Share this:

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଭାରତରେ ୮୬ ହଜାର ୫୨ ଜଣ କରୋନା (Corona  Virus) ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ଘଣ୍ଟାରେ ୧୧୪୧ଜଣ ମୃତ୍ୟୁବରଣ କରିଛନ୍ତି।

ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତ ସଂଖ୍ୟା ୫୮ଲକ୍ଷ ୧୮ ହଜାର ୫୭୧ ରେ ପହଞ୍ଚିଛି। ଏହା ମଧ୍ୟରୁ ୯ ଲକ୍ଷ ୭୦ ହଜାର ୧୧୬ ଜଣ ସକ୍ରିୟ କରୋନା  ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୯୨ ହଜାର ୨୯୦ ପହଁଚିଛି। ସେହିପରି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୪୭ ଲକ୍ଷ ୫୬ ହଜାର ୧୬୪ରେ ପହଁଚିଛି।

ଦେଶରେ ମୃତ୍ୟୁ ହାର ୧.୫୯% ଓ ଆରୋଗ୍ୟ ହାର ୮୧.୭୪% ରହିଛି। ସୁସ୍ଥତାରେ ଭାରତ ଏବେ ବିଶ୍ଵରେ ସର୍ବାଗ୍ରେରେ ରହିଛି। ଭାରତ ପରେ ଆମେରିକା ରହିଛି।

Also Read: Covid19 World: ସାରା ବିଶ୍ୱରେ କରୋନାରେ ୩.୧୫ କୋଟି ଲୋକ ସଂକ୍ରମିତ, ୯.୬୮ ଲକ୍ଷ ଲୋକ ମୃତ,କେଉଁ ଦେଶରୁ କେତେ…

ସର୍ବାଧିକ ପ୍ରଭାବିତ ପାଞ୍ଚଟି ରାଜ୍ୟର ବର୍ତ୍ତମାନ ସ୍ଥିତି:

ଦେଶରେ ମହାରାଷ୍ଟ୍ର (Maharashtra), ଆନ୍ଧ୍ରପ୍ରଦେଶ (Andhra Pradesh), ତାମିଲନାଡୁ (Tamilnadu ), କର୍ଣ୍ଣାଟକ (Karnataka) ଏବଂ ଉତ୍ତରପ୍ରଦେଶ (Uttar Pradesh) କୋଭିଡ -୧୯ (Covid-19) ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ପାଞ୍ଚଟି ମଧ୍ୟରେ ଅଛନ୍ତି। ଏଥିସହିତ ସକ୍ରିୟ କ୍ଷେତ୍ରରେ ବର୍ତ୍ତମାନ ଏହି ୫ ରାଜ୍ୟରେ  ହ୍ରାସ ଘଟିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଆନ୍ଧ୍ରପ୍ରଦେଶ ସର୍ବାଧିକ ସକ୍ରିୟ ମାମଲାକୁ ୩୦ ପ୍ରତିଶତ ହ୍ରାସ କରିଛି। ମହାରାଷ୍ଟ୍ରରେ କେବଳ ଗୋଟିଏ ସପ୍ତାହରେ ସକ୍ରିୟ ମାମଲା ସଂଖ୍ୟା ୩ ଲକ୍ଷରୁ ୨ ଲକ୍ଷ ୭୫ ହଜାରକୁ ହ୍ରାସ ପାଇଛି। ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ସକ୍ରିୟ ମାମଲା ହ୍ରାସ ପାଉଛି।

Also Read:

Plus 2: ଯୁକ୍ତ ଦୁଇ ଇଚ୍ଛାଧୀନ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ

Share this: