Covid19 Odisha Update: ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ

Share this:

ଭୁବନେଶ୍ଵର : ଓଡ଼ିଶାରେ ଏଣିକି ମୃତ ବ୍ୟକ୍ତିଙ୍କ କରୋନା (Covid-19 ) ପରୀକ୍ଷା ହେବ ନାହିଁ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ୍‍ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରଅଭିଯୋଗ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ମୃତ୍ୟୁବରଣ କରିଥିବା କୋଭିଡ୍‍-୧୯ ପଜିଟିଭ୍‍ ରୋଗୀଙ୍କ ମୃତ୍ୟୁ ରିପୋର୍ଟ, ବେଡ୍‍ ଟିକେଟ୍‍, ଡାକ୍ତରୀ ତଦନ୍ତ ରିପୋର୍ଟ, କୋଭିଡ୍‍ ପରୀକ୍ଷା ସ୍ଥିତି ମୃତ୍ୟୁର ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ। ଏହା ସହିତ ରୋଗୀଙ୍କ ଆଡ୍‍ମିଶନ ବେଳେ ତାଙ୍କର ପୂର୍ବ ରୋଗ, ରୋଗୀଙ୍କ ଶରୀରରେ ଥିବା ଲକ୍ଷଣ ସମ୍ପର୍କରେ ସୂଚନା ସଂଗ୍ରହ କରି ରାଜ୍ୟସ୍ତରୀୟ କମିଟି ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read:

Drug News Bollywood: NCB ର ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର ଏବଂ ରାକୁଲ ପ୍ରୀତ ସିଂଙ୍କୁ ଡାକରା

Share this: