Odisha Covid19 Updates: ଆଜି ରାଜ୍ୟରେ ୪୦୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୪ ହଜାର ୫୨ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୫୭ ହଜାର ୨୬୫ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୧୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି, କଟକରୁ ୩୭୮ ଜଣ, ବରଗଡ଼ରୁ ୯୭ଜଣ, ଯାଜପୁରରୁ ୧୫୨ ଜଣ, ମୟୁରଭଞ୍ଜରୁ ୧୩୮ ଜଣ, ଭଦ୍ରକରୁ ୬୫ ଜଣ, ବାଲେଶ୍ଵରରୁ ୧୧୧ ଜଣ, ଢେଙ୍କାନାଳରୁ ୭୧ ଜଣ, ପୁରୀରୁ ୧୮୧ ଜଣ, ଜଗତସିଂପୁରରୁ ୧୬୪ ଜଣ, ରାୟଗଡାରୁ ୧୪୬ ଜଣ,ଗଞ୍ଜାମରୁ ୫୫ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୨୮ ଜଣ, ଅନୁଗୋଳରୁ ୧୨୨ ଜଣ, ନୟାଗଡ ୪୫ ଜଣ, ସୋନପୁରରୁ ୧୨୬ ଜଣ, ବଲାଙ୍ଗୀରରୁ ୪୪ ଜଣ, ସୁନ୍ଦରଗଡରୁ ୧୮୨ ଜଣ, ଝାରସୁଗୁଡାରୁ ୧୫୦ ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୦୧ ଜଣ, କେନ୍ଦ୍ରାପଡା ୧୨୯ ଜଣ, କୋରାପୁଟରୁ ୯୧ ଜଣ, କେଉଁଝରରୁ ୮୩ ଜଣ, କନ୍ଧମାଳରୁ ୭୯ ଜଣ, ନୂଆପଡ଼ାରୁ ୧୨୧ ଜଣ, କଳାହାଣ୍ଡିରୁ ୭୯  ଜଣ, ଗଜପତିରୁ ୧୫ ଜଣ, ବୌଦ୍ଧରୁ ୧୭ ଜଣ, ମାଲକାନଗିରି ଜିଲ୍ଲାରୁ ୩୬ ଜଣ ଏବଂ ଦେଓଗଡରୁ ୨୦ ଜଣ ଏବଂ ଷ୍ଟେଟ୍ ପୁଲ ରୁ ୨୧୭ ସୁସ୍ଥ ହୋଇଛନ୍ତି।

Also Read:

Odisha Covid19 Updates: ଆଜି ପୁଣି ରାଜ୍ୟରେ ୪,୨୩୭ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୧,୯୨,୫୪୮

Share this: