Odisha News: ଦୁର୍ନୀତି ଅଭିଯୋଗରେ ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

Share this:

ଭୁବନେଶ୍ୱର: Odisha Latest News Suspended Officers ଓଡ଼ିଶାରେ ଦୁର୍ନୀତି ଅଧିକାରୀଙ୍କ କୌଣସି ସ୍ଥାନ ନାହିଁ। ଆଜି ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୁଲିସ ଇନିସ୍‍ପେକ୍ଟର, ରେଭିନ୍ୟୁ ସୁପରଭାଇଜର ପ୍ରମୁଖ ରହିଛନ୍ତି। ଏହି ୫ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଗଲାଣି।

ସୂଚନା ଅନୁସାରେ ଅପାରଗତା ଓ ଆର୍ଥିକ ଅନିୟମିତତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ଆସିଷ୍ଟାଣ୍ଟ ଇଞ୍ଜିନିୟର ସନ୍ତୋଷ କୁମାର ଦାଶଙ୍କ ନାମରେ ୨କୋଟି ୮୦ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୪୧ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା।

ସେହିପରି ଜଗତ୍‍ସିଂହପୁର ଜିଲ୍ଲା ବାଲିକୁଦା ସିଡିପିଓ ଶ୍ରୀମତୀ ସରଳା ଦେଈ, ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ପ୍ରତିମା ସାହୁ, ଅନୁଗୁଳ ପୁଲିସ୍‍ ଟ୍ରେନିଂ କଲେଜର ଇନିସ୍‍ପେକ୍ଟର ରାମଚନ୍ଦ୍ର ବେହେରା, କେନ୍ଦୁଝରର ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କୁ ଅସାଧୁ କାର୍ଯ୍ୟକଳାପ ଓ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

Share this: