Covid-19 Odisha News: ପୁଣି ବଢିଲା କରୋନା ପଜିଟିଭ, ଆଜି ୧୭୧୨ ଚିହ୍ନଟ, ୨୨ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid-19 news ଓଡିଶାରେ ଗତକାଲି ୧୫୦୩ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଥିଲେ। କାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଶିକ୍ଷାନୁଷ୍ଠାନ ତଥା ସର୍ବସାଧାରଣ ସ୍ଥାନରେ ସଠିକ ଭାବରେ ମାସ୍କ ପରିଧାନ କରନ୍ତୁ। କୋଭିଡ ନିୟମ ପାଳନ କରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରହିବାରେ ସହାୟକ ହୁଅନ୍ତୁ। ଆଜି ରାଜ୍ୟରୁ ୧୭୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୩୨୩ଜଣ। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୯୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୭୧୫ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳ ଜିଲ୍ଲାରରୁ ୭୯ଜଣ, ବାଲେଶ୍ଵରରୁ ୫୪ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୨୨ଜଣ, ବଲାଙ୍ଗୀରିରୁ ୩୧ଜଣ, ବୌଦରୁ ୨୯ଜଣ, କଟକରୁ ୧୦୪ଜଣ, ଦେଓଗଡ଼ରୁ ୪୬ଜଣ, ଢେଙ୍କାନାଳରୁ ୪୯ଜଣ, ଗଜପତିରୁ ୪୩ଜଣ, ଗଞ୍ଜାମରୁ ୧୦ଜଣ, ଜଗତସିଂପୁରରୁ ୪୮ଜଣ, ଯାଜପୁରରୁ ୫୩ଜଣ, ଝାରସୁଗୁଡାରୁ ୨୯ଜଣ, କଳାହାଣ୍ଡିରୁ ୪୯ଜଣ, କନ୍ଧମାଳରୁ ୩୧ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେଉଁଝରରୁ ୫୨ଜଣ, କୋରପୁଟରୁ ୧୧୮ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୫୩ଜଣ, ନବରଙ୍ଗପୁରୁ ୨୬ଜଣ, ନୟାଗଡ଼ରୁ ୪୫ଜଣ, ନୂଆପଡ଼ାରୁ ୩୯ଜଣ, ପୁରୀରୁ ୪୦ଜଣ, ରାୟଗଡାରୁ ୩୪ଜଣ, ସମ୍ବଲପୁରରୁ ୫୬ଜଣ, ସୋନପୁରରୁ ୫୪ଜଣ, ସୁନ୍ଦରଗଡରୁ ୧୪୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୪୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୮୧ ଲକ୍ଷ ୬୬ ହଜାର ୭୮୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ 71 ହଜାର 523ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩ ହଜାର ୪୨୯ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୪୫ ହଜାର ୨୬ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ ହଜାର ୬୪୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୯୭ କୁ ବୃଦ୍ଧି ପାଇଛି।

Share this: