Agriculture Bills: କୃଷି ବିଲ୍ କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅନୁମୋଦନ, ଆଇନରେ ପରିଣତ

Share this:

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ram Nath Kovind ) ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ପଞ୍ଜାବ, ହରିୟାଣା ଆଦି ରାଜ୍ୟରେ ବିଲକୁ ବିରୋଧ କରିଛନ୍ତି।

ନିକଟରେ ସଂସଦରେ କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ (Agreement of Price Assurance Farm Services Bill, 2020) ପାସ୍ ହୋଇଥିଲା।

ସୂଚନଯୋଗ୍ୟ ଏହି ବିଲ୍‍ ଯୋଗୁଁ କୃଷକମାନଙ୍କ ଉତ୍ପାଦ ପାଇଁ କ୍ରେତାଙ୍କ ଉପଲବ୍ଧତା ବୃଦ୍ଧି କରିବାକୁ ଲକ୍ଷ୍ୟରଖାଯାଇଛି। ଏହି ବିଲ୍‍ ମାଧ୍ୟମରେ କୃଷକମାନେ ବିନା ଲାଇସେନ୍ସରେ ମୁକ୍ତଭାବରେ ସେମାନଙ୍କ ଉତ୍ପାଦ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ସେମାନଙ୍କ ଉତ୍ପାଦଗଚ୍ଛିତ ରଖିବା ପାଇଁ କୌଣସି ନିର୍ଦ୍ଧାରିତ ସୀମା ମଧ୍ୟ ରହିବ ନାହିଁ। ଏହାଦ୍ୱାରା ସେମାନେ ସେମାନଙ୍କ ଉତ୍ପାଦର ଉଚିତ୍‍ ମୂଲ୍ୟ ପାଇପାରିବେ।

ଏହି ବିଲ୍ ଉପରେ ଭୋଟ୍ ଦେବା ସମୟରେ ରାଜ୍ୟସଭାରେ ଟିଏମସି ସାଂସଦ ସମେତ ଅନେକ ବିରୋଧୀଦଳ ଏହି ବିଲ୍‌ର କପି ଚିରିଫୋପାଡି ଦେଇଥିଲେ।  ପରବର୍ତ୍ତୀ ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏହି ଅଧିବେଶନ ପାଇଁ ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ।

ଏଥି ସହିତ ସଂସଦରେ ପାରିତ ହେବା ପରେ ବହୁ ବିରୋଧୀ ଦଳ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏହି ପ୍ରସ୍ତାବିତ ଆଇନରେ ଦସ୍ତଖତ ନକରିବାକୁ ଅନୁରୋଧ କରିଥିଲେ। ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଏକ ସ୍ମାରକପତ୍ରରେ କଂଗ୍ରେସ, ବାମପନ୍ଥୀ ଦଳ, ଏନସିପି, ଡିଏମକେ, ଏସପି, ତୃଣମୂଳ କଂଗ୍ରେସ ଏବଂ ଆରଜେଡି ସମେତ ବିଭିନ୍ନ ଦଳର ନେତା ତାଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଏବଂ ବିଲରେ ଦସ୍ତଖତ ନକରିବାକୁ ଅନୁରୋଧ କରିଥିଲେ। ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ସମସ୍ତ ତିନୋଟି ବିଲ ବିରୋଧ କରାଯାଉଛି।

Also Read:

Farmer Bills: କୃଷି ବିଲକୁ ନେଇ କୃଷକମାନଙ୍କୁ ଭ୍ରମିତ କରାଯାଉଛି:ପ୍ରଧାନମନ୍ତ୍ରୀ ମୋଦୀ

Share this: