ଖୁସି ଖବର,ଆଜି ରାଜ୍ୟରେ Corona ରୁ ସୁସ୍ଥ ହେଲେ ଆଉ ୧୦ ହଜାର ୬୦୧ଜଣ

Share this:

ଭୁବନେଶ୍ଵର:ଆଜି ରାଜ୍ୟରୁ ଆଉ ୧୦ହଜାର ୬୦୧ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫ ଲକ୍ଷ ୭୭ ହଜାର ୯୮୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୩୮୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୫୧୫ଜଣ, ଅନୁଗୋଳ ୫୫୬ଜଣ, ଝାରସୁଗୁଡାରୁ ୩୯୭ଜଣ, କଟକରୁ ୯୨୭ଜଣ,ପୁରୀରୁ ୪୬୯ଜଣ, ନୂଆପଡ଼ାରୁ ୨୪୭ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୪୯୩ଜଣ, ବରଗଡ଼ରୁ ୩୮୧ଜଣ, ବଲାଙ୍ଗୀରରୁ ୪୫୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨୯ଜଣ, ବାଲେଶ୍ଵରରୁ ୫୦୧ଜଣ, ଗଞ୍ଜାମରୁ ୨୪୭ଜଣ, ଯାଜପୁରରୁ ୩୫୪ଜଣ, ମୟୁରଭଞ୍ଜରୁ ୪୬୪ଜଣ, କଳାହାଣ୍ଡିରୁ ୨୫୯ଜଣ, ନୟାଗଡରୁ ୨୮୭ଜଣ, ବୌଦ୍ଧରୁ ୧୫୨ଜଣ, ଜଗତସିଂପୁରରୁ ୨୪୪ଜଣ, କେଉଁଝରରୁ ୨୩୦ଜଣ, ସୋନପୁରରୁ ୧୫୬ଜଣ, ରାୟଗଡାରୁ ୧୨୮ଜଣ, କେନ୍ଦ୍ରାପଡା ୧୪୭ଜଣ, କୋରାପୁଟରୁ ୧୫୮ଜଣ, ଗଜପତି ଜିଲ୍ଲାରୁ ୧୨୬ଜଣ, ମାଲକାନଗିରି ଜିଲ୍ଲାରୁ ୧୦୧ଜଣ, ଦେଓଗଡରୁ ୧୦୦ଜଣ, ଭଦ୍ରକ ଜିଲ୍ଲାରୁ ୨୧୬ଜଣ, ଢେଙ୍କାନାଳରୁ ୨୧୨ଜଣ, କନ୍ଧମାଳରୁ ୯୫ଜଣ, ଏବଂ ଷ୍ଟେଟ୍ ୨୬୬ଜଣ ସୁସ୍ଥ ହୋଇଛନ୍ତି।

Also Read | Corona:ଆଜି ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ

[amazon_auto_links id=”9932″]

Share this: