ଭାରତରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୨ଲକ୍ଷ ପାର, ମୃତ୍ୟୁ ହାର ୧.୭ ପ୍ରତିଶତ

Share this:

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ହଜାର ୫୬୪କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କୋଭିଡ -୧୯(Covid-19) ର ସୁସ୍ଥତା ହାର ୭୭.୩୧ ପ୍ରତିଶତକୁ ବୃଦ୍ଧି ପାଇଛି।  ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ୩୨ ଲକ୍ଷ ୫୦ ହଜାରରୁ ଅଧିକ ହୋଇଛି। ଏଥିସହ ମୃତ୍ୟୁ ହାର ୧.୭ପ୍ରତିଶତକୁ ଖସି ଆସିଛି।

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ରିପୋର୍ଟ ହୋଇଥିବା ସଂକ୍ରମଣ ମଧ୍ୟରୁ ୬୦ପ୍ରତିଶତ ମାମଲା କେବଳ ପାଞ୍ଚଟି ରାଜ୍ୟରୁ ଆସିଛି। ମହାରାଷ୍ଟ୍ରର ସର୍ବାଧିକ ସଂଖ୍ୟା ୨୧.୬ପ୍ରତିଶତ, ଆନ୍ଧ୍ରପ୍ରଦେଶ ୧୧.୮ ପ୍ରତିଶତ, ତାମିଲନାଡୁ ୧୧ ପ୍ରତିଶତ , କର୍ଣ୍ଣାଟକ ୯.୫ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୬.୩ ପ୍ରତିଶତ ରହିଛି।

ସୂଚନଯୋଗ୍ୟ, ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୯୦ହଜାର ୮୦୨ ଟି ନୂଆ କରୋନା ଭୂତାଣୁ ସଂକ୍ରମିତ  ରିପୋର୍ଟ ହୋଇଛି। ଏହି ସମୟ ମଧ୍ୟରେ ୧,୦୧୬ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ଼ -୧୯ ପଜିଟିଭ ମାମଲା ବର୍ତ୍ତମାନ ୪୨ ଲକ୍ଷ ୪ ହଜାର ୬୧୪ ଅଛି।  ଯେଉଁଥିରେ ୮ ଲକ୍ଷ,୮୨ ହଜାର ୫୪୨ ସକ୍ରିୟ ମାମଲା ରହିଛି।  ସେହିପରି ୩୨ ଲକ୍ଷ ୫୦ ହଜାର ୪୨୯  ସୁସ୍ଥ ହୋଇଛନ୍ତି। ଏଥିସହିତ ୭୧ ହାଜର ୬୪୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ICMR) ରିପୋର୍ଟ ଅନୁସାରେ ଗତକାଲି ସୁଦ୍ଧା କରୋନା ଭୂତାଣୁ ମୋଟ ୪ କୋଟି ୯୫ ଲକ୍ଷ ୫୧ ହଜାର ୫୦୭ଟି ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ କେବଳ ସେପ୍ଟେମ୍ବର ୬ରେ ୭ ଲକ୍ଷ ୨୦ ହଜାର ୩୬୨ଟି ପରୀକ୍ଷା କରାଯାଇଥିଲା।

Also Read:

ଓଡ଼ିଶାରେ ପୁଣି ୩୮୬୧ କରୋନା ପଜିଟିଭ ଚିହ୍ନଟ, ମୋଟ ୧,୨୭,୮୯୨ ଚିହ୍ନଟ

DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ

Share this: