RBIର ଚେତାବନୀ! ଏହି ଆପଗୁଡ଼ିକରୁ ଋଣ ନେବା ମହଙ୍ଗା ହୋଇପାରେ

Share this:

ନୂଆଦିଲ୍ଲୀ: ଦିନକୁ ଦିନ ନୂଆ ନୂଆ ମୋବାଇଲ ଆପ (Mobile App) ଆସୁଛି। ଡିଜିଟାଲ ପ୍ଲାଟଫର୍ମ (Digital Platform) ର ଆଗମନ ସହିତ ଦେଶରେ ଠକେଇ ବୃଦ୍ଧି ପାଉଛି। ଅନେକ ନକଲି କମ୍ପାନୀ ଆପ୍ ପ୍ରସ୍ତୁତ କରୁଛନ୍ତି ଯାହା ମାଧ୍ୟମରେ ସେମାନେ ଲୋକଙ୍କୁ ସହଜରେ ଋଣ (loans) ପ୍ରଦାନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସମସ୍ତ ଗ୍ରାହକଙ୍କୁ ସତର୍କ କରାଇଛି।

ଗତ ବୁଧବାର ଦିନ ଆରବିଆଇ କହିଛି ଯେ ଏଭଳି ପ୍ଲାଟଫର୍ମ ଏବଂ ଆପ୍ ମାଧ୍ୟମରେ ବ୍ୟକ୍ତିଗତ ଗ୍ରାହକ ଏବଂ ଛୋଟ ବ୍ୟବସାୟକୁ ସହଜରେ ଋଣ ଯୋଗାଇଦେବା ଭଳି ଠକେଇ କରାଯାଉଛି। ଏହିପରି ଡିଜିଟାଲ୍ ପ୍ଲାଟଫର୍ମରେ ଗ୍ରାହକଙ୍କୁ ସ୍ୱତନ୍ତ୍ର ଡକ୍ୟୁମେଣ୍ଟେସନ୍ ବିନା ଲୋନସ ଦିଆଯାଏ। ଏହାର ପ୍ରତିବଦଳରେ ସେମାନଙ୍କୁ ବିପୁଳ ସୁଧ ଏବଂ ଅନ୍ୟାନ୍ୟ ଦେୟ ଆଦାୟ କରାଯାଏ। କେବଳ ଏତିକି ନୁହେଁ, ଗ୍ରାହକଙ୍କ ତଥ୍ୟ ଏବଂ ମୋବାଇଲ୍ ଫୋନ୍ ସୂଚନା ମଧ୍ୟ ଅପବ୍ୟବହାର କରାଯାଏ। ଯାହାକି ପରବର୍ତ୍ତୀ ସମୟରେ ଗ୍ରାହକ ଅସୁବିଧାରେ ପଡ଼ୁଛନ୍ତି।

ଆରବିଆଇ ସତର୍କକରି କହିଛି ଯେ ଗ୍ରାହକମାନେ ସେମାନଙ୍କର KYC ଡକ୍ୟୁମେଣ୍ଟକୁ ଏପରି କୌଣସି ଅନଧିକୃତ ଆପକୁ ଦେବା ଉଚିତ୍ ନୁହେଁ। ଏଥିସହ, ଯଦି କୌଣସି ଆପ୍ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମ ପ୍ରତାରଣା କରିବାକୁ ଚେଷ୍ଟା କରେ, ତେବେ ସଂପୃକ୍ତ ଏଜେନ୍ସିଗୁଡିକରେ ଅଭିଯୋଗ କରନ୍ତୁ।  ଗ୍ରାହକମାନେ ଆରବିଆଇର ଅନଲାଇନ୍ ପୋର୍ଟାଲ୍ ସଚେତନ rbi.org.in ରେ ମଧ୍ୟ ଅଭିଯୋଗ ପଠାଇ ପାରିବେ।

କେବଳ ବ୍ୟାଙ୍କ (Bank), ପଞ୍ଜୀକୃତ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ ଆରବିଆଇରେ ପଞ୍ଜିକୃତ ତଥା ରାଜ୍ୟ ସରକାରଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ନିୟନ୍ତ୍ରିତ ଅନ୍ୟ ସଂସ୍ଥାଗୁଡ଼ିକରୁ ଋଣ ମିଳିପାରିବ। ତେଣୁ ସେଠାରୁ କେବଳ ଋଣ ନିଆଯାଇପାରେ। ଏଥିସହ ଆପଣ କୌଣସି ଅଜ୍ଞାତ ବ୍ୟକ୍ତି, ଅନଧିକୃତ ଆପ୍ କୁ KYC ଡକ୍ୟୁମେଣ୍ଟ୍ ଦେବା ଉଚିତ୍ ନୁହେଁ ଏବଂ ଏହିପରି ଘଟଣା ବିଷୟରେ ସମ୍ପୃକ୍ତ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଜଣାଇବା ଉଚିତ୍ ନୁହେଁ।

Also Read | Hockey Stadium: ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *