Corona:ରାଜ୍ୟରେ ପୁଣି ୧୧ ହଜାର ୫୯ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ଆଉ ୧୧ ହଜାର ୫୯ଜଣ କରୋନା ସଂକ୍ରମିତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୮୬୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୧୩୩ ଜଣ କରୋନା ସଂକ୍ରମିତ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୫୯ଜଣ, ବାଲେଶ୍ଵରରୁ ୪୦୦ଜଣ, ବରଗଡ଼ରୁ ୩୬୭ଜଣ, ଭଦ୍ରକରୁ ୩୭୭ଜଣ, ବଲାଙ୍ଗୀରିରୁ ୧୬୬ଜଣ, ବୌଦ୍ଧରୁ ୨୬୧ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୩୫୧ଜଣ, ଗଜପତିରୁ ୬୭ଜଣ, ଗଞ୍ଜାମରୁ ୧୫୫ଜଣ, ଜଗତସିଂପୁରରୁ ୩୩୦ଜଣ, ଯାଜପୁରରୁ ୫୬୪ଜଣ, ଝାରସୁଗୁଡାରୁ ୨୨୮ଜଣ, କଳାହାଣ୍ଡିରୁ ୪୦୭ଜଣ, କନ୍ଧମାଳରୁ ୧୦୩ ଜଣ, କେଉଁଝରରୁ ୨୦୦ଜଣ, ଖୋର୍ଦ୍ଧାରୁ ୧୦୧୦ ଜଣ, କୋରାପୁଟରୁ ୧୭୫ଜଣ, କେନ୍ଦ୍ରାପଡ଼ାରୁ ୩୦୯ଜଣ, ମୟୁରଭଞ୍ଜରୁ ୬୬୨ଜଣ, ମାଲକାନଗିରିରୁ ୯୮ଜଣ, ନବରଙ୍ଗପୁରରୁ ୩୨୨ଜଣ, ନୟାଗଡ଼ରୁ ୨୪୬ଜଣ, ନୂଆପଡ଼ାରୁ ୪୪ଜଣ, ପୁରୀରୁ ୪୩୦ଜଣ, ରାୟଗଡାରୁ ୧୭୭ଜଣ, ସମ୍ବଲପୁରରୁ ୩୭୯ଜଣ, ସୋନପୁରରୁ ୨୦୪ଜଣ, ସୁନ୍ଦରଗଡରୁ ୭୨୯ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୦୩ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୩ ଲକ୍ଷ ୭୫ହଜାର ୭୬ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭ ଲକ୍ଷ ୩ହଜାର ୪୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୧ ହଜାର ୬୨୭ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୮୯ ହଜାର ୬୧୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୧୧ ହଜାର ୨୬୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Covid Test Report: ଏଥର କୋଭିଡ ଟେଷ୍ଟ ରିପୋର୍ଟ ମିଳିବ ୱେବସାଇଟରେ

[amazon_auto_links id=”9932″]

Share this: