Odisha Weather Report: ୧୭ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ଭୂସ୍ଖଳନ ସମ୍ଭାବନା

rains_odisha1
Share this:

ଭୁବନେଶ୍ୱର: Odisha Weather Report ଆଜି ମୌସୁମୀ ସହ ଜଡିତ ନିମ୍ନ ଚାପ ରେଖା ଓଡ଼ିଶାର ବାଲେଶ୍ୱରରୁ  ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଘୂର୍ଣ୍ଣିବଳୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ବ୍ୟାପିଛି। ଫଳରେ ଓଡ଼ିଶାରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ ବଢିପାରେ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆଜି ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ୧୭ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍‌ ସୂଚନା ଅନୁସାରେ, ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି। ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। ଚାଷୀ ମାନଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ, ସାର ଓ ଜଳସେଚନ ନ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଆଜି ଭୁବନେଶ୍ୱରରେ ଲାଗିରହିଛି ବର୍ଷା, ଆଜି ଦିନ ତମାମ ଆକାଶ ମେଘୁଆ ରହିବା ସହ, କିଛି କିଛି ଦିନର ବିଭିନ୍ନ ଅନ୍ତରାଳରେ ଘଣ୍ଟା ପ୍ରତି ୨ ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଲାଗିରହୁଛି। ଏହାର ପ୍ରଭାବରେ ରାଜଧାନୀର ଅନେକ ସ୍ଥାନରେ ଜଳବନ୍ଦୀ ହୋଇଛି। ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷାପାଣି ଜମି ରହିବା ଫଳରେ ଉକ୍ତ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Read Also | Edible Oil New Price Today: କମିବ ଖାଇବା ତେଲ ଦାମ, ଖାଉଟିକୁ ଆଶ୍ୱସ୍ତି

Share this:

Leave a Reply

Your email address will not be published. Required fields are marked *