Angul Covid Updates: ଅନୁଗୁଳ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ପୁଣି ୭୧ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ ଜିଲ୍ଲା (Angul District) ରେ ଧୀରେ ଧୀରେ ବଢିବାରେ ଲାଗିଛି କରୋନା ସଂକ୍ରମିତ (Corona Positive) ଙ୍କ ସଂଖ୍ୟା। ରବିବାର ଦିନ ଅନୁଗୁଳ ଜିଲ୍ଲାରେ ପୁଣି ୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୧୩ ହଜାର ୧୨୫ରେ ପହଞ୍ଚିଲା ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳ ରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୮ ରେ ପହଂଚିଛି।

ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୪ଜଣ, କଣିହାଁ ବ୍ଲକ ଅଂଚଳରୁ ୧୦ଜଣ, ତାଳଚେର ପୌରାଞ୍ଚଳରୁ ୧୦ଜଣ, ଅନୁଗୋଳ ପୌରାଞ୍ଚଳରୁ ୯ଜଣ, କିଶୋରନଗର ବ୍ଳକ୍‌ ଅଂଚଳରୁ୯ ଜଣ, ବଅଁରପାଳ ବ୍ଳକ ଅଂଚଳରୁ ୯ଜଣ, ତାଳଚେର ବ୍ଲକ ଅଂଚଳରୁ ୬ଜଣ, ଅନୁଗୋଳ ବ୍ଲକ ଅଂଚଳରୁ ୨ଜଣ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୧ଜଣ ଓ ପାଳଲହଡା ବ୍ଳକ୍ ଅଂଚଳରୁ ୧ଜଣ ଅଛନ୍ତି।

ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲୋସନରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଏଥିସହିତ ଜିଲ୍ଲାରୁ  ସୁସ୍ଥ ହୋଇଛନ୍ତି ୪୩ ଜଣ ।

[amazon_auto_links id=”10233″]

Also Read |Covid Guidelines: ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲିବା ନେଇ ନୂଆ ଗାଇଡଲାଇନ ଲାଗୁ

Share this: