Covid19 Angul: ଆଜିଠାରୁ ଅନୁଗୋଳରେ ୧୫ ଦିନ ବନ୍ଦ ରହିବ ଷ୍ଟ୍ରିଟ ଫାଷ୍ଟ ଫୁଡ ଦୋକାନ,ଦୋକାନୀ ମାନଙ୍କଠାରୁ ସଂକ୍ରମଣର ଆଶଙ୍କା,ଚଢାଉ ହେବ ଜୋରଦାର

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଗତ କିଛିଦିନ ଧରି ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ବିଶେଷକରି ଦୋକାନୀ ମାନେ ହିଁ ବେଶୀ ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ପୌରାଞ୍ଚଳରେ ଆଜିଠାରୁ ୧୫ ଦିନ ପାଇଁ ଷ୍ଟ୍ରିଟ ଫାଷ୍ଟ ଫୁଡ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଳଚେର ଅଞ୍ଚଳରେ ମଧ୍ୟ ଚା’ଦୋକାନ,ଗୁପଚୁପ,ଫାଷ୍ଟଫୁଡ ଦୋକାନ ଖୋଲିବାକୁ ବାରଣ କରାଯାଇଛି।

ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କରୋନା ସଂକ୍ରମଣ ରୋକିବା ପାଇଁ ନେଉଛନ୍ତି କଡ଼ା ପଦକ୍ଷେପ। ଦୋକାନୀମାନଙ୍କର କୋଭିଡ଼-୧୯ ପରୀକ୍ଷା କରାଯାଉଛି। ଫୁଟପାଥ ଦୋକାନୀ ବେଶୀ ସଂକ୍ରମିତ ହେଉଛନ୍ତି। କରୋନା ସଂକ୍ରମଣ ରୋକିବାକୁ ମାସ୍କ, ସାମାଜିକ ଦୂରତ୍ଵ ଯାଞ୍ଚ ଆଜି ଠାରୁ ଜୋରଦାର କରାଯିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ଏଥିରେ ଉପଜିଲ୍ଲାପାଳ (Sub–Collector), ବିଡ଼ିଓ (BDO), ତହସିଲଦାର (Tahasildar), ନିର୍ବାହୀ ଅଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ସ୍କାଡ଼ ଗଠନ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ଏହି ସ୍କାଡ଼ ଚଢ଼ଉ କରି ଅମାନିଆଙ୍କୁ ସାବାଡ଼ କରିବ। ଏଥିସହିତ କରୋନା କଟକଣା ନିୟମ ପାଳନ କରିବାକୁ ବ୍ୟାପକ ଭାବରେ ଜନ ସଚେତନତା କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସି ଆଲୋଚନା ହୋଇଥିବା ଜଣାପଡ଼ିଛି।

ଜିଲ୍ଲାରେ ଆଜିଠାରୁ ବ୍ଲକ୍ ସ୍ତରରେ ପ୍ରଶାସନିକ ଜୋନ୍ ଅଧିକାରୀ ଓ ସ୍ଥାନୀୟ ପୁଲିସ ମିଳିତ ଭାବରେ ଏହି ଚଢ଼ଉରେ ସାମିଲ ହେବେ। ସେହିପରି ସହରାଞ୍ଚରେ ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ଉ ହେବ। ଏଥର କୋଭିଡ଼ ନିୟମ ଉଲ୍ଲଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଡ୍ ଜୋନ୍ ଓ ଗ୍ରୀନ୍ ଜୋନ୍ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ।

ଜିଲ୍ଲାର ସହରାଞ୍ଚଳ ବର୍ତ୍ତମାନ ଉଦ୍‌ବେଗଜନକ ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଠେଲା ଓ ଫୁଟପାଥ ବ୍ୟବସାୟୀଙ୍କ ଉପରେ କଟକଣା କରାଯାଇଛି। ଆଜି ଠାରୁ ସହରାଞ୍ଚଳରେ ଠେଲାରେ କାରବାର ଉପରେ ରୋକ୍ ଲଗାଯାଇଛି। ଫୁଟପାଥ ବ୍ୟବସାୟୀଙ୍କୁ ଆର୍ଥିକ ଆର୍ଥିକ ସହାୟତା ଦିଆଯିବ ବୋଲି ନିଷ୍ପତି ହୋଇଛି।

Also Read:

Covid19 Angul: ଅନୁଗୋଳ ଜିଲ୍ଲାରୁ ଆଜି ପୁଣି ୧୯୮ କରୋନା ପଜିଟିଭ ଚିହ୍ନଟ

Share this: