Odisha Covid19: ଆଜି ୩୯୨୨ ଜଣ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ୩ ହଜାର ୯୨୨ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୨ହଜାର ୩୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୬୧୩ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Also read:Covid19 Cuttack: କଟକରେ ଘରୋଇ କରୋନା ପରୀକ୍ଷା ବନ୍ଦ

ଆଜି ୩୦ଟି ଜିଲାରୁ କୋଭିଡ଼-୧୯ (Covid-19) ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୧୮ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୯ ଜଣ, କଟକରୁ ୩୮୦ ଜଣ, କନ୍ଧମାଳ ଜିଲ୍ଲାରୁ ୬୨ ଜଣ, କୋରାପୁଟରୁ ୬୯ ଜଣ, କେନ୍ଦ୍ରାପଡ଼ାରୁ ୧୦୭ ଜଣ, କେଉଁଝରରୁ ୨୧୨ ଜଣ ଓ କଳାହାଣ୍ଡିରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୧୧୭ ଜଣ, ସୁନ୍ଦରଗଡ଼ରୁ ୧୦୩ ଜଣ ଓ ସୋନପୁର ଜିଲ୍ଲାରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ୧୦୩ ଜଣ, ଜଗତସିଂହପୁରରୁ ୧୨୩ ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୦୯ ଜଣ ସଂକ୍ରମିତ ହୋଇଛନ୍ତି।

ସେହିପରି ବରଗଡ଼ରୁ ୧୫୪ ଜଣ, ବାଲେଶ୍ଵରରୁ ୭୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୮୫ ଜଣ, ବୌଦ୍ଧରୁ ୪୮ ଜଣ ଏବଂ ଭଦ୍ରକରୁ ୫୧ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୨୨ ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୧୮୪ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪୮ ଜଣ, ନବରଙ୍ଗପୁରରୁ ୪୦ ଜଣ ଓ ନୂଆପଡ଼ାରୁ ୧୧୪ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୭୬ ଜଣ, ଦେଓଗଡରୁ ୮ ଜଣ, ରାୟଗଡାରୁ ୪୮ ଜଣ, ଅନୁଗୋଳରୁ ୨୦୦ ଜଣ ସଂକ୍ରମିତ ହୋଇଛନ୍ତି। ମୟୁରଭଞ୍ଜରୁ ୧୪୯ ଜଣ ଏବଂ ମାଲକାନଗିରିରୁ ୬୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ସହିତ ଷ୍ଟେଟ୍ ପୁଲ (State Pool) ରୁ ୨୧୪ ଜଣ ସଂକ୍ରମଣ ହୋଇଛନ୍ତି ଯାହାକି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଏହି ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୩୧ ଲକ୍ଷ ୧୧ ହଜାର ୭୬୬ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୯ ହଜାର ୩୭୪  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୩୩୧ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Also Read:

Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

LATEST DEALS ON SAMSUNG MOBILE PHONES CHECK OUT!!

Share this: