ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ଯୁକ୍ତରାଷ୍ଟ୍ର ଆମେରିକା (America) ର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନ (President Elect Joe Biden) ଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତାନ୍ତ୍ରିକ ପରମ୍ପରାର ଶକ୍ତି ଏବଂ ନମନୀୟତାର ଏହା ହେଉଛି ଏକ ପ୍ରମାଣ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ସିନେଟର କମଳା ହ୍ୟାରିସ (Kamala Harris) ଙ୍କୁ ମଧ୍ୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ୨୦୧୪ ଏବଂ ୨୦୧୬ ରେ ଆମେରିକାକୁ ସରକାରୀ ଗସ୍ତରେ ଯାଇଥିବା ବେଳେ ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ହୋଇଥିବା ଆଲୋଚନାକୁ ସ୍ମରଣ କରିଛନ୍ତି। ୨୦୧୬ ଗସ୍ତ ବେଳେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଯୋଶେଫ ଆର. ବାଇଡେନ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।

ଟେଲିଫୋନ ବାର୍ତ୍ତାଳାପ ଅବସରରେ ଉଭୟ ନେତା ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୈତିକ ସହଯୋଗିତାକୁ ଆହୁରି ସମୃଦ୍ଧ କରିବା ଏବଂ ଦ୍ୱିପାକ୍ଷିକ ମୂଲ୍ୟବୋଧ ଓ ଉଭୟଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ। ଏଥିସହ କୋଭିଡ-୧୯ (Covid-19) ମହାମାରୀର ମୁକାବିଲା, ସୁଲଭ ଦରରେ ଟିକା ଯୋଗାଣ, ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱୟ ବୃଦ୍ଧି ଭଳି ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ।

Also Read| Swabhiman Anchal: ସ୍ୱାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ଦେବେ ମାଗଣାରେ ସ୍ମାର୍ଟ ଫୋନ୍‍

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *