Odisha Weather Report: ଓଡ଼ିଶାରେ ହେବ ପ୍ରବଳ ବର୍ଷା, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ

Share this:

ଭୁବନେଶ୍ଵର: Weather Report Odisha Heavy rains are expected in Odisha with low pressure in the Bay of Bengal ବଙ୍ଗୋପସାଗର ଉତ୍ତର ଦିଗରେ ସମୁଦ୍ର ପତ୍ତନଠାରୁ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ଭିତରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ମାର୍ଚ୍ଚ ୧୧ ତାରିଖ ସୁଦ୍ଧା ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଓ ମଧ୍ୟ ଉପକୂଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ପ୍ରାୟ ସପ୍ତାହକ ପର୍ଯ୍ୟନ୍ତ ମଧ୍ୟ ଏବଂ ପୂର୍ବାଞ୍ଚଳଗୁଡ଼ିକରେ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା ରହିଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଛି। ଟିଟିଲାଗଡ଼ରେ ସର୍ବାଧିକ ୩୭.୨ ଡିଗ୍ରୀ ସେଲସିୟସ୍‍ ତାପମାତ୍ରା ଥିବା ରେକର୍ଡ କରାଯାଇଥିବାବେଳେ ଛତ୍ରପୁରରେ ସର୍ବନିମ୍ନ ୧୬ ଡିଗ୍ରୀ ସେଲସିୟସ୍‍ ଥିବା ରେକର୍ଡ କରାଯାଇଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରିଛି।

Read Also | Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ

Share this:

Leave a Reply

Your email address will not be published. Required fields are marked *