Angul Covid19: ଜିଲ୍ଲାରେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ୧୦୦ ଉପରେ; କେବେ କମିବ?

Share this:

ଅନୁଗୋଳ (ମହିମାଲାଇଭ ବ୍ୟୁରୋ): ଅନୁଗୋଳ ଶନିବାର ଦିନ ପୁଣି ୧୨୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୨୧୧ରେ ପହଞ୍ଚିଛି।   

ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ ରେ ପହଞ୍ଚିଛି।

Also Read | Odisha Covid19: ଆଜି ୧୬୯୫ ଜଣକରୋନା ସଂକ୍ରମିତ ଚିହ୍ନଟ

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ କଣିହାଁ ବ୍ଳକ୍ ଅଞ୍ଚଳରୁ ୨୫ ଜଣ, ଅନୁଗୋଳ ବ୍ଲକ୍ ଅଞ୍ଚଳରୁ ୨୧ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୧୯ଜଣ, ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୯ ଜଣ, ଅନୁଗୋଳ ପୌରାଞ୍ଚଳରୁ ୧୫ଜଣ, ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୩ ଜଣ, ତାଳଚେର ପୌରାଞ୍ଚଳରୁ ୬ଜଣ, ପାଲଲହଡା ବ୍ଳକ୍ ଅଞ୍ଚଳରୁ ୫ ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ଜଣ, ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୨ଜଣ  ଏବଂ କିଶୋରନଗର ବ୍ଳକ୍ ଅଞ୍ଚଳରୁ ଜଣେ ଅଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୨୯ ଜଣ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ଜଣ କୋଭିଡ ହସପିଟାଲରୁ, ୭ ଜଣ କୋଭିଡ କେୟାର ସେଣ୍ଟରରୁ ଏବଂ ୧୦୪ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି।

Also Read | Corona Vaccine: କରୋନା ଟିକା କିପରି ଆପଣ ପାଇବେ, ଜାଣନ୍ତୁ ସରକାରଙ୍କ ଯୋଜନା

Share this: