Income Tax Return-ITR: FY 2019-20 ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ବୃଦ୍ଧି

Share this:

ନୂଆଦିଲ୍ଲୀ: କେନ୍ଦ୍ରୀୟ ଟିକସ ବୋର୍ଡ (Central Board of Direct Taxes) ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ୨୦୧୯ -୨୦ ମୂଲ୍ୟାଙ୍କନ ବର୍ଷ (Assessment Year 2020-21) ପାଇଁ ଆୟକର ରିଟର୍ଣ୍ଣ (Income Tax Return) ଦାଖଲ କରିବାର ସମୟସୀମା ବୃଦ୍ଧି କରିଛି। କେନ୍ଦ୍ରୀୟ ଟିକସ ବୋର୍ଡ ରିଟର୍ଣ୍ଣ ଦାଖଲ କରିବାର ସମୟସୀମାକୁ  ୩୧ଡିସେମ୍ବର ୨୦୨୦କୁ ବୃଦ୍ଧି କରିଛି। ପୂର୍ବରୁ ଏହି ସମୟସୀମା ୩୦ ନଭେମ୍ବର ୨୦୨୦ଥିଲା।

ଅର୍ଥ ମନ୍ତ୍ରଣାଳୟ (Ministry of  Finance) ଶନିବାର ଏହା ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ ଟିକସଦାତାଙ୍କ ପାଇଁ ଯାହାର ଆକାଉଣ୍ଟ ଅଡିଟ୍ ହେବା ଆବଶ୍ୟକ, ITR ଦାଖଲ କରିବାର ସମୟସୀମା ଦୁଇମାସ ବୃଦ୍ଧି କରି ୩୧ ଜାନୁୟାରୀ ୨୦୨୧ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର ଏହାପୂର୍ବରୁ ମେ ମାସରେ ମଧ୍ୟ ଆର୍ଥିକ ବର୍ଷ ୨୦୧୯-୨୦ (FY 2019-20) ପାଇଁ ୩୧ ଜୁଲାଇରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ITR ପୂରଣ କରିବାର ସମୟସୀମା ବଢାଇଥିଲେ ଏବଂ ଟିକସଦାତାଙ୍କୁ ଏହା ପ୍ରଦାନ କରିଥିଲେ। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ଏକ ବିବୃତ୍ତିରେ କହିଛି ଯେ ଟିକସଦାତାଙ୍କ ପାଇଁ ଶେଷ ତାରିଖ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି ହେବା ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ୨୦୨୦ ଥିଲା।

Related Post | ପତିଙ୍କ ଆୟକର ରିଟର୍ଣ୍ଣ ବିବରଣୀ ପତ୍ନୀ ଦେଖିପାରିବେ ନାହିଁ !

ସୂଚନାଯୋଗ୍ୟ କୋଭିଡ଼ -୧୯ (Covid-19) ସଂକ୍ରମଣ କାରଣରୁ ଟିକସଦାତାମାନେ ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଡ଼ କରିବା ଏବଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ପାଳନ କରିବା ଦିଗରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ବିଚାର କରି ସରକାର ମାର୍ଚ୍ଚ ୩୧, ୨୦୨୦ ରେ ଟିକସ ଓ ଅନ୍ୟାନ୍ୟ ବିଧି ଅଧ୍ୟାଦେଶ ଜାରି କରିଛନ୍ତି ଯାହାକି ବିଭିନ୍ନ ଟିକସ ଭରଣା ଏବଂ କାଗଜାତ ପୈଠ କରିବାର ଚୂଡ଼ାନ୍ତ ତାରିଖକୁ ବଢ଼ାଇ ଦେବାରେ ସହାୟକ ହୋଇଛି। ଇତି ମଧ୍ୟରେ ଏହି ଅଧ୍ୟାଦେଶ ସ୍ଥାନରେ ଟିକସ ଓ ଅନ୍ୟାନ୍ୟ ବିଧି ଆଇନ କାର୍ଯ୍ୟକାରୀ କରାଯାଇଛି।

Also Read | Loan Moratorium : ଯଦି ସମସ୍ତ EMI କ୍ରମାଗତ ଭାବରେ ଲକଡାଉନରେ ଜମା କରିଛନ୍ତି, ବର୍ତ୍ତମାନ କ୍ୟାସବ୍ୟାକ୍ ମିଳିବ

Share this:

Leave a Reply

Your email address will not be published. Required fields are marked *