ଆଜିର ରାଶିଫଳ

Share this:

ମେଷ: ହୃଦୟ ରୋଗୀଙ୍କ ପାଇଁ କଫି ଛାଡ଼ିବାର ଉଚିତ ସମୟ ଆସିଛି। ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ। ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ। ଆପଣ ସବୁ ପାରିବାରିକ ଋଣ ସାରିବାରେ ସଫଳ ରହିବେ। ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଖାଲି ସମୟରେ ରଚନାତ୍ମକ କାମ କରିବାକୁ ଚେଷ୍ଟା କରିବେ କିନ୍ତୁ ତାଙ୍କର ସେ ଯୋଜନା ସଫଳ ହେବ ନାହିଁ। ଆଜି ଆପଣ ଆପଣଙ୍କ ସାନଭାଇଙ୍କ ସହିତ ବାହାରକୁ ବୁଲିବାକୁ ଯାଇପାରନ୍ତି। ଏହାଦ୍ୱାରା ଆପଣ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ପ୍ରଗାଢ଼ ହେବ।

ବୃଷ: ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ। ସାଙ୍ଗ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ କଟିବ। ଆଜି ଆପଣ ଆପଣଙ୍କ ମନ ପସନ୍ଦର କାମ କରିବାକୁ ପସନ୍ଦ କରିବେ। କିନ୍ତୁ କାମର ଅଧିକତା ହେତୁ ତାହା କରିବାରେ ଅକ୍ଷମ ହେବେ।

ମିଥୁନ: ଯାତ୍ରା ଓ ବନ୍ଧୁ ମାନଙ୍କ ସହିତ ସମ୍ମେଳନ ଯୋଗୁଁ ଆପଣ ଆଜି ଆରମ୍ଭ ଓ ଖୁସି ଅନୁଭବ କରିବେ। ଯଦି ଆପଣ ବିବାହିତା ତେବେ ଆପଣଙ୍କର ପିଲାମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ। ନଚେତ ପିଲାମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ଓ ଆପଣଙ୍କର ଅନେକ ପଇସା ଖର୍ଚ୍ଚ ହୋଇପାରେ। ଘରେ ମରାମତି କାର୍ଯ୍ୟ କିମ୍ବା ସାମାଜିକ ମେଳକ ଆପଣଙ୍କୁ ବ୍ୟସ୍ତ ରଖିବ।

କର୍କଟ: ଘରେ କୌଣସି ବୃଦ୍ଧ ମହିଳାଙ୍କ ଶରୀର ଖରାପ ଯୋଗୁଁ ଆପଣଙ୍କ ଚିନ୍ତା ବଢ଼ିପାରେ। ଆଜି କାମ ସବୁ ଭଲରେ ସରିବ, କିନ୍ତୁ ଦିନ ଯାକ ଆପଣ ବିରକ୍ତ ହେବା ସାଙ୍ଗରେ ଥକା ଓ କ୍ଳାନ୍ତିକର ଅନୁଭବ କରିବେ। ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ବିବାଦ ସୃଷ୍ଟି କରି ପାରେ। ନିଜର ସୃଜନଶୀଲତାକୁ ନୂତନ ଅଭ୍ୟାସ କରିବା ପାଇଁ ଆଜି ଉତ୍ତମ ଦିନ ଅଛି।

ସି˚ହ: ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ। ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ। ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ। ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ। ମାନସିକ ଶାନ୍ତି ବହୁତ ମହତ୍ଵପୁର୍ଣ- ଏହା ପାଇଁ ଆପଣ କୌଣସି ଉଦ୍ୟାନ, ନଦୀ କିମ୍ବା ମନ୍ଦିର ଯାଇ ପାରନ୍ତି।

କନ୍ୟା: ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ। ହଠାତ ଖର୍ଚ୍ଚ ଆସିବା କାରଣରୁ ମନ ଖରାପ ହୋଇ ପାରେ। ଯଦି ଯାତ୍ରା କରୁଛନ୍ତି ତାହେଲେ ନିଜ ଜିନିସ ଗୁଡିକ ବିଶେଷ ଯତ୍ନରେ ରଖନ୍ତୁ। ଆଜି ଆପଣଙ୍କ ଘରେ ସ୍ୱାଦିଷ୍ଟ ଭୋଜନ ଦେଖି ଆପଣଙ୍କ ଜିହ୍ୱା ଲାଳେଇପାରେ।

ତୁଳା: ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ମିଶ୍ରିତ ଫଳ ଦେବ। ଆଜି ଆପଣଙ୍କୁ ଧନପ୍ରାପ୍ତି ହେଲେ ମଧ୍ୟ ସେଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଅସୀମ ସୃଜନାତ୍ମକ ଓ ଉତ୍ସାହ ଆଚରଣ ଯୋଗୁଁ ଆଜି ଆପଣ ଲାଭରେ ରହିବେ। ଘରର କୌଣସି ବୟସ୍କ ବ୍ୟକ୍ତି ଆପଣଙ୍କୁ କିଛି ଉପଦେଶ ଦେଇପାରନ୍ତି। ଆପଣ ସେ ଉପଦେଶ ଗ୍ରହଣ କରି ତାକୁ ଜୀବନରେ ଉପଯୋଗ ମଧ୍ୟ କରିବେ।

ବିଛା: ଆପଣଙ୍କ ଉଦାର ସ୍ଵଭାଵ ଆପଣଙ୍କ ପାଇଁ ଅନେକ ଗୁଡ଼େ ଖୁସି ମୁହୂର୍ତ୍ତ ନେଇକି ଆସିବ ଆପଣଙ୍କ ଅବାସ୍ତବ ଯୋଜନା କୌଣସି ଅସୁବିଧାରେ ପକେଇ ପାରେ। ଆପଣଙ୍କ ବ୍ୟକ୍ତିଗତ ଆନ୍ଦୋଳନ ଉପରେ କୌଣସି ବଡ଼ ଜିନିଷ ହେବର ସମ୍ଭାବନା ଅଛି, ଯାହା ଆପଣ ଓ ଆପଣଙ୍କ ପରିବାର ପାଇଁ ଖୁସି ନେଇକି ଆସିବ। ସମୟ, କାମକର୍ଯ୍ୟ, ପଇସା,ବନ୍ଧୁ-ବାନ୍ଧବ, ସମ୍ପର୍କ ସବୁ ଗୋଟେ ପଟେ ଓ ଆପଣଙ୍କ ପ୍ରେମ ଗୋଟେ ପଟେ, ଦୁଇ ଜଣ ନିଜ ଭିତରେ ହଜି ଯିବେ- କିଛି ଏମିତି ହି ଅବସ୍ଥା ରହିବ ଆପଣଙ୍କର। ଆଜି ବହୁତ ବ୍ୟସ୍ତ ଥିବା ସତ୍ତ୍ୱେ ଆପଣ ନିଜପାଇଁ ସମୟ କାଢ଼ି ପାରିବେ ଓ ନିଜର କଳାତ୍ମକ ରୁଚି ପୂର୍ଣ୍ଣ କରିପାରିବେ।

ଧନୁ:ସଫଳତା ପ୍ରାପ୍ତ କରିବା ପାଇଁ ସମୟ ସହିତ ନିଜର ବିଚାରରେ ବି ପରିବର୍ତନ ଅଣାନ୍ତୁ। ଅନ୍ୟର ସହଯୋଗ ବିନା ମଧ୍ୟ ଆପଣ ଧନ ଅର୍ଜନ କରିବାରେ ଲୋକଙ୍କ ମଧ୍ୟରେ ରହି ମଧ୍ୟ ସମସ୍ତଙ୍କର ସମ୍ମାନ କରିବା ଆପଣ ଜାଣନ୍ତି। ତେଣୁ ସମସ୍ତଙ୍କ ଚକ୍ଷୁରେ ଆପଣ ଆପଣଙ୍କର ଭଲ ଛବି ବି ବନାଇ ପାରନ୍ତି।

ମକର: ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ନିଜ ପାଇଁ ଧାନ ସଂଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ। ଆଜି ଆପଣ ଉଚିତ ମାତ୍ରାରେ ସଂଚୟ କରିବାରେ ସକ୍ଷମ ହୋଇପାରିବେ। ଭୁଲ କଥାକୁ ଭୁଲ ସମୟରେ କହିବାଠୁ ନିଜକୁ ରକ୍ଷା କରନ୍ତୁ। କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ।  

କୁମ୍ଭ: ଆଜି ଦିନଟା ଏମିତି କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ।  ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ। ଟିକେ ଚେଷ୍ଟା କରିବେ ଯଦି ତାହେଲେ ଆଜି ଦିନ ଆପଣଙ୍କ ବୈବାହିକ ଜୀବନ ଭିତରୁ ସବୁ ଠୁ ବିଶେଷ ଦିନ ହେବ।

ମୀନ: ନିଜକୁ ଏମିତି ଗତିବିଧି ସହିତ ସକ୍ରିୟ ରଖନ୍ତୁ ଆପଣକୁ ମାନସିକ ଶାନ୍ତି ଦବ। ଯେତେବେଳେ ଆପଣ ସମୂହରେ ରହିବେ ସେତେବେଳେ ଧ୍ୟାନ ରଖନ୍ତୁ କି ଆପଣ କଣ କହୁଛନ୍ତି, ବିନା ଭାବି-ଚିନ୍ତିକି କୁହ ଯାଇଥିବା ଶବ୍ଦ କାରଣରୁ ଆପଣ କଡ଼ା ସମାଲୋଚନାର ଶିକାର ହୋଇ ଆଜି ନିଜପାଇଁ ଆପଣ ଯଦିବା ସମୟ କାଢ଼ିବାରେ ସକ୍ଷମ ହୋଇପାରିବେ ତଥାପି ଅଚାନକ କୌଣସି ଜରୁରୀ ଅଫିସ କାମପାଇଁ ଆପଣଙ୍କ ଯୋଜନା ପଣ୍ଡୁର ହୋଇଯିବ।

Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this: