Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୬୧୦ ଜଣ କରୋନା (Covid-19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଜଣ, କଟକରୁ ୨୦୪ ଜଣ, ଅନୁଗୋଳରୁ ୧୪୮ ଜଣ, ବରଗଡ଼ରୁ ୮୩ ଜଣ, ଯାଜପୁରରୁ ୧୧୯ ଜଣ, ମୟୁରଭଞ୍ଜରୁ ୯୯ ଜଣ, ଭଦ୍ରକରୁ ୬୯ ଜଣ, ବାଲେଶ୍ଵରରୁ ୧୧୩ ଜଣ, ଢେଙ୍କାନାଳରୁ ୩୦ ଜଣ, ପୁରୀରୁ ୫୪ ଜଣ, ଜଗତସିଂପୁରରୁ ୭୮ ଜଣ, ରାୟଗଡାରୁ ୧୨ ଜଣ, ଗଞ୍ଜାମରୁ ୩୪ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୦୯ ଜଣ, ନୟାଗଡରୁ ୪୧ ଜଣ, ସୋନପୁରରୁ ୫୩  ଜଣ, ବଲାଙ୍ଗୀରରୁ ୯୫ ଜଣ, ସୁନ୍ଦରଗଡରୁ ୧୭୧ ଜଣ, ଝାରସୁଗୁଡାରୁ ୬୮ ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୧ ଜଣ, କେନ୍ଦ୍ରାପଡା ୬୮ ଜଣ, କୋରାପୁଟରୁ ୫୦ ଜଣ, କେଉଁଝରରୁ ୬୧ ଜଣ, କନ୍ଧମାଳରୁ ୪୫ ଜଣ, ନୂଆପଡ଼ାରୁ ୬୧ ଜଣ, କଳାହାଣ୍ଡିରୁ ୫୨ ଜଣ, ବୌଦ୍ଧରୁ ୧୮ ଜଣ, ମାଲକାନଗିରି ଜିଲ୍ଲାରୁ ୨୮ ଜଣ, ଦେଓଗଡରୁ ୧୩ ଜଣ, ଗଜପତିରୁ ୧୨ ଜଣ ଏବଂ ଷ୍ଟେଟ୍ ପୁଲରୁ ୯୩ ଜଣ ସୁସ୍ଥ ହୋଇଛନ୍ତି।

Also Read | NEET: ନିଟ ପରୀକ୍ଷାରେ ଆକାଂକ୍ଷା ସିଂ ମଧ୍ୟ ପାଇଛନ୍ତି ଶତପ୍ରତିଶତ ନମ୍ବର; ୨ବର୍ଷ ପାଇଁ ଧରି ନଥିଲେ ମୋବାଇଲ୍

Share this: