Vigilance:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ

Share this:

ଭୁବନେଶ୍ୱର:କରୋଡ଼ପତି ହିନ୍ଦୀ ଶିକ୍ଷକ ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ (Bhubanananda Sahoo) କୁ ଆଜି ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଜବତ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଦିନ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ୫ କୋଟି ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ବିଭାଗ ଠାବ କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ବୁଧବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କର ବାସଭବନ, ସ୍କୁଲ ସମେତ ସମ୍ପର୍କୀୟଙ୍କର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଥିଲା।  ଶ୍ରୀ ସାହୁଙ୍କର ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା। ସେ ୨୦୦୪ ରେ ଚୁକ୍ତିଭିତ୍ତିକ କ୍ଲାସିକାଲ ହିନ୍ଦୀ ଶିକ୍ଷକଭାବେ ନିଯୁକ୍ତି ପାଇଥିଲେ ଏବଂ ୨୦୧୭ ରେ ରେଗୁଲାର ସରକାରୀ ଶିକ୍ଷକର ମାନ୍ୟତା ପାଇଥିଲେ।

Also Read | STARS: ‘ଷ୍ଟାର୍ସ’ ପ୍ରକଳ୍ପରେ ଓଡ଼ିଶା ସମେତ ୬ ଟି ରାଜ୍ୟ ସାମିଲ, ଆସିବ ସ୍କୁଲ ଶିକ୍ଷାରେ ସୁଧାର

Share this:

Leave a Reply

Your email address will not be published. Required fields are marked *