STARS: ‘ଷ୍ଟାର୍ସ’ ପ୍ରକଳ୍ପରେ ଓଡ଼ିଶା ସମେତ ୬ ଟି ରାଜ୍ୟ ସାମିଲ, ଆସିବ ସ୍କୁଲ ଶିକ୍ଷାରେ ସୁଧାର

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ(Cabinet) ବୈଠକରେ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ବିଶ୍ୱବ୍ୟାଙ୍କ (World Bank) ସହଯୋଗରେ ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ୫ହଜାର ୭୧୮କୋଟି ଟଙ୍କା କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶିକ୍ଷା ପାଇଁ ଜୁନ ୨୪ତାରିଖରେ ବିଶ୍ୱବ୍ୟାଙ୍କ କେନ୍ଦ୍ରକୁ ୫ଶହ ମିଲିୟନ ଡଲାର ସହଯୋଗ ପ୍ରଦାନ କରିଛି। ଏହି ଅନୁଦାନରେ ଦେଶର ଓଡିଶା ସମେତ ୬ଟି ରାଜ୍ୟରେ ଲାଗୁ ହେବ ।

ଏହି ଯୋଜନାର ନାମ ରହିଛି ‘ଷ୍ଟାର୍ସ’ (Strengthening Teaching-Learning and Results for States -STARS) ଏହି ଯୋଜନା କେବଳ ଓଡିଶା, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କେରଳ ପ୍ରଭୃତି ସ୍ଥାନରେ ଲାଗୁ ହେବ। ବିଶେଷକରି ଏହି ଯୋଜନା ମାଧ୍ୟମରେ ୬ଟି ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଏବଂ ବିଦ୍ୟାଳୟ ଗୁଡିକର ଶିକ୍ଷା ପରିଚାଳନା ପାଇଁ ଖର୍ଚ୍ଚ ହେବ। ଏହାକୁ ସମଗ୍ର ଶିକ୍ଷା ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଏହି ଯୋଜନାରେ ୬ଟି ରାଜ୍ୟର ୬ବର୍ଷରୁ ୧୭ବର୍ଷ ବୟସର ପ୍ରାୟ ୨୫କୋଟି ଛାତ୍ରଛାତ୍ରୀ ଉପକୃତହେବେ ବୋଲି ଜଣାପଡିଛି।

ଏହି ଯୋଜନାରେ ପ୍ରାରମ୍ଭିକ ଶିଶୁ ଶିକ୍ଷା ଏବଂ ମୌଳିକ ଶିକ୍ଷାକୁ ସଶକ୍ତ କରିବା ଶିକ୍ଷା ପ୍ରଣାଳୀ ଆକଳନରେ ସୁଧାର ଆଣିବା ଶିକ୍ଷକଙ୍କ ବିକାଶ ଏବଂ ବିଦ୍ୟାଳୟର ନେତୃତ୍ୱ ମାଧ୍ୟମରେ କ୍ଲାସରୁମର ନିର୍ଦ୍ଦେଶ ଏବଂ ସଂସ୍କାରକୁ ଆହୁରି ସଶକ୍ତ କରିବା ଉନ୍ନତ ସେବା ଯୋଗାଣ ଲାଗି ଶାସନ ଏବଂ ବିକେନ୍ଦ୍ରିତ ବ୍ୟବସ୍ଥା କରିବା। ବିଦ୍ୟାଳୟରୁ ବଞ୍ଚିତ ପିଲାମାନଙ୍କୁ ମୁଖ୍ୟଧାରକୁ ଆଣିବା, କ୍ୟାରିଅର ମାର୍ଗଦର୍ଶନ ତଥା ପରାମର୍ଶ ଦେଇ, ଇଣ୍ଟର୍ଣ୍ଣଶିପ ଦେଇ ସ୍କୁଲରେ ବ୍ୟବସାୟିକ ଶିକ୍ଷାକୁ ସଶକ୍ତ କରିବା।

Also Read | Coal Scam: ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ: CBI

Share this:

Leave a Reply

Your email address will not be published. Required fields are marked *