Coal Scam: ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ: CBI

Share this:

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ (Dillip Ray) ଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ତାରିଖକୁ ଘୁଞ୍ଚାଇଦିଆଯାଇଛି।

ଏହି ମାମଲାର ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍‍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ-୧୯ ପ୍ରତିଷେଧକ ସହ ହଜାରହେବାକୁ କୁହାଯାଇଛି। ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସବୁଠୁ ବଡ କଥା ହେଲା ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ (CBI) ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦେବାକୁ କୋର୍ଟରେ ଦାବି କରିଛି। ପ୍ରକାଶ ଯୋଗ୍ୟ ଦିଲ୍ଲୀପ୍ ରାୟ ୧୯୯୯ ମସିହା ଅଟଳ ବିହାରୀ ବାଜପେୟୀ ଙ୍କ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ।

ସୂଚନଯୋଗ୍ୟ, ଦିଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ ଝାଡ଼ଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା। ଏହି ଆବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ ଟେକନଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ବାଲଙ୍କୁ ମଧ୍ୟ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି (IPC) ଧାରା ୧୨୦ (B) ଅପରାଧିକ ଷଡଯନ୍ତ୍ର, ୪୨୦ ଠକେଇ, ୪୦୯ ବିଶ୍ଵାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍‌ ଆକ୍ଟର ବିଭିନ୍ନ ଧାରା କୋର୍ଟ ଲଗାଇଥିଲେ।

Also Read | Angul Covid19: ଅନୁଗୋଳ ଜିଲ୍ଲାରୁ ଆଜି ପୁଣି ୨୨୩ କରୋନା ପଜିଟିଭ ଚିହ୍ନଟ, ମୋଟ ୬୮୫୯

Share this:

Leave a Reply

Your email address will not be published. Required fields are marked *