Odisha Covid19: ଆଜି ରାଜ୍ୟରେ ଆଉ ୨୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this:

ଭୁବନେଶ୍ଵର (ମହିମା ଲାଇଭ ବ୍ୟୁରୋ): ରାଜ୍ୟରେ ଆଜି ୨ ହଜାର ୭୭୫ ଜଣ କରୋନା (Covid19) ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ଜଣ ସୁସ୍ଥ କଟକରୁ ୧୮୩ ଜଣ, ଅନୁଗୋଳରୁ ୧୨୩ ଜଣ, ବରଗଡ଼ରୁ ୧୪୮ ଜଣ, ଯାଜପୁରରୁ ୧୧୭ ଜଣ, ମୟୁରଭଞ୍ଜରୁ ୧୦୦ ଜଣ, ଭଦ୍ରକରୁ ୧୧୪ ଜଣ, ବାଲେଶ୍ଵରରୁ ୬୭ ଜଣ, ଢେଙ୍କାନାଳରୁ ୬୯ ଜଣ, ପୁରୀରୁ ୪୩  ଜଣ, ଜଗତସିଂପୁରରୁ  ୫୮ ଜଣ, ରାୟଗଡାରୁ ୪୬ ଜଣ, ଗଞ୍ଜାମରୁ ୨୩ ଜଣ, ସମ୍ବଲପୁରରୁ ଜିଲ୍ଲାରୁ ୧୦୫ ଜଣ, ନୟାଗଡ ୩୦ ଜଣ, ସୋନପୁରରୁ ୪୭ ଜଣ, ବଲାଙ୍ଗୀରରୁ ୮୯ ଜଣ, ସୁନ୍ଦରଗଡରୁ ୭୧ ଜଣ, ଝାରସୁଗୁଡାରୁ ୩୯  ଜଣ, ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ, କେନ୍ଦ୍ରାପଡା ୧୩୬ ଜଣ, କୋରାପୁଟରୁ ୩୫ ଜଣ, କେଉଁଝରରୁ ୭୯ ଜଣ, କନ୍ଧମାଳରୁ ୪୮ ଜଣ, ନୂଆପଡ଼ାରୁ ୧୮୯ ଜଣ, କଳାହାଣ୍ଡିରୁ ୩୯ ଜଣ, ଗଜପତିରୁ ୭ ଜଣ, ବୌଦ୍ଧରୁ ୭ ଜଣ, ମାଲକାନଗିରି ଜିଲ୍ଲାରୁ ୭୦ ଜଣ, ଦେଓଗଡରୁ ୨୦ ଜଣ ଏବଂ ଷ୍ଟେଟ୍ ପୁଲରୁ ୧୦୦  ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁସଂଖ୍ୟା ୧ ହଜାର ୭୨କୁ ବୃଦ୍ଧି ପାଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Also Read | Odisha Covid19: ଆଜି ରାଜ୍ୟରେ ନୂଆ ୨୬୦୪ ଜଣ କରୋନା ପଜିଟିଭ ଚିହ୍ନଟ

Share this: