Covid-19 Angul Updates: ଅନୁଗୁଳ ଜିଲ୍ଲାରେ କରୋନାର ଗତି ତୀବ୍ର, ପୁଣି ୧୦୬ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ:ଅନୁଗୁଳ (Angul) ଜିଲ୍ଲାରେ ଦିନକୁ ଦିନ କରୋନା (Corona Virus) ର ଗତି ତୀବ୍ର ହେବାରେ ଲାଗିଛି। ଦେଶରେ କୋଭିଡ଼ର ଦ୍ଵିତୀୟ ଲହର ଅଧିକ ଭୟଙ୍କର ହେଉଛି। ଅନୁଗୁଳ ଜିଲ୍ଲାରୁ  ମଙ୍ଗଳବାର ଦିନ ୧୦୬ଜଣ କରୋନା ପଜିଟିଭ୍ (Corona Positive) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରୁ ମୋଟ୍ ପଜିଟିଭ୍ ସଂଖ୍ୟା ୧୩ ହଜାର ୩୦୦ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ୱାବ ନମୁନା ଦେଇଥିବା ବ୍ୟକ୍ତିମାନଂକ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ରେ ପହଂଚିଛି।

ମଙ୍ଗଳବାର  ଦିନ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ୨୦ଜଣଙ୍କ ମଧ୍ୟରୁ ୧୭ଜଣ ପୁରୁଷ ଓ ୩ଜଣ ମହିଳା, ବଅଁରପାଳ ବ୍ଳକ ଅଂଚଳରୁ ୧୮ଜଣଙ୍କ ମଧ୍ୟରୁ ୧୪ଜଣ ପୁରୁଷ ଓ ୪ଜଣ ମହିଳା, ଅନୁଗୋଳ ପୌରାଞ୍ଚଳରୁ ୧୭ଜଣଙ୍କ ମଧ୍ୟରୁ ୧୧ ଜଣ ପୁରୁଷ ଓ ୬ଜଣ ମହିଳା, କଣିହାଁ ବ୍ଲକ୍ ଅଂଚଳରୁ ୧୪ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୫ଜଣ ମହିଳା, ଛେଣ୍ଡିପଦା ବ୍ଳକ୍‌ ଅଂଚଳରୁ ୧୨ଜଣଙ୍କ ମଧ୍ୟରୁ ୧୦ଜଣ ପୁରୁଷ ଓ ୨ଜଣ ମହିଳା, ତାଳଚେର ପୌରାଞ୍ଚଳରୁ ୧୦ଜଣଙ୍କ ମଧ୍ୟରୁ ୬ଜଣ ପୁରୁଷ ଓ ୪ଜଣ ମହିଳା, ଅନୁଗୋଳ ବ୍ଳକ୍ ଅଂଚଳରୁ ୯ଜଣଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ୪ଜଣ ମହିଳା, କିଶୋରନଗର ବ୍ଲକ୍ ଅଂଚଳରୁ ୪ଜଣଙ୍କ ମଧ୍ୟରୁ ୨ଜଣ ପୁରୁଷ ଓ ୨ଜଣ ମହିଳା ଓ ପାଳଲହଡା ବ୍ଳକ୍ ଅଂଚଳରୁ ୨ଜଣଙ୍କ ମଧ୍ୟରୁ  ୨ଜଣ ପୁରୁଷ ଅଛନ୍ତି।

Related Post | Angul Night Curfew:ଅନୁଗୁଳ ଜିଲ୍ଲା ନାଇଟ କଫ୍ୟୁରେ ନୂଆ ଅଞ୍ଚଳ ସାମିଲ

ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଂକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଂକୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ସେହିପରି ଅନୁଗୁଳରୁ ସୁସ୍ଥ ହୋଇଥିବା ୩୪ ଜଣ ହୋମ ଆଇସୋଲେସନରେ ଥିବା ଜଣାପଡିଛି।

[amazon_auto_links id=”10233″]

Also Read |DL and LL Test Cancelled: ରାଜ୍ୟର ସବୁ RTO ରେ DL ଏବଂ LL ଟେଷ୍ଟ ହେଲା ବାତିଲ

Share this: