Covid 19 Report Dhenkanal: ଢେଙ୍କାନାଳରୁ ୪୭ ପଜିଟିଭ ଚିହ୍ନଟ; ହିନ୍ଦୋଳ ମହାବିଦ୍ୟାଳୟରୁ ୧୨, IGIT ସରାଙ୍ଗରୁ ୧୮

Share this:

ଖଜୁରିଆକଟା: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଶନିବାର ଦିନ ୪୭ କରୋନା ପଜିଟିଭ (Corona positive) ଚିହ୍ନଟ ହୋଇଛନ୍ତି। Home Quarantine ରୁ ୨୩ ଜଣ, Institutional Quarantine ରୁ ୧୮ଜଣ ଏବଂ ହସପିଟାଲ ରୁ ୬ଜଣ ଚିହ୍ନଟ ହୋଇଛନ୍ତି। ଦ୍ଵିତୀୟ ଲହରରେ କରୋନା ମହାମାରୀର ଲହର ଅଧିକ ଭୟାନକ ଥିବାରୁ ଜନସାଧାରଣ ଭୟଭୀତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ କୋଭିଡ଼ ନିୟମ ପାଳନ କରିବାପାଇଁ ଜନସାଧାରଣକୁ ନିବେଦନ କରିଛନ୍ତି।

ଶନିବାର ସର୍ବାଧିକ ସଂକ୍ରମିତ ଜିଲ୍ଲାର ୨ଟି ଶିକ୍ଷାନୁଷ୍ଠାନରୁ ଚିହ୍ନଟ ହୋଇଛନ୍ତି। ପର୍ଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ IGIT କେନ୍ଦ୍ରରୁ ସର୍ବାଧିକ ୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖଜୁରିଆକଟା (Khajuriakata) ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ (Hindol College) ରେ ଗତ ୧୬ ତାରିଖରେ ସମୁଦାୟ ୧୫୪ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ ସଂଗ୍ରହ କରାଯାଇ କଟକ ବଡ ମେଡିକାଲ (SCB) କୁ ପରୀକ୍ଷା ପାଇଁ ପଠାଯାଇଥିଲା। ବର୍ତ୍ତମାନ ୧୨ଜଣ ଛାତ୍ରଛାତ୍ରୀଙ୍କଠାରେ କୋଭିଡ୍ ପଜିଟିଭ ଥିବା ରିପୋର୍ଟ ଆସିଛି।

ଢେଙ୍କାନାଳ ପୌରାଞ୍ଚଳର ୬ ଜଣ ଚିହ୍ନଟଙ୍କ ମଧ୍ୟରୁ ଆନନ୍ଦ ନଗରରୁ ଜଣେ, ଟାଉନ ପ୍ଲାନିଂରୁ ଜଣେ, ଦକ୍ଷିଣକାଳୀରୁ ୨ଜଣ, ଗୁଡିଆନାଳିରୁ ୨ଜଣ ଅଛନ୍ତି। ସଦର ବ୍ଲକ ସାଇ ଆଶ୍ରମରୁ ୨ଜଣ, ଗଁଦିଆ ବ୍ଲକ ବରଦା ଏବଂ ଲତାଦେଇପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କଙ୍କଡାହାଡ ବ୍ଲକ କଙ୍କଡାହାଡରୁ ଜଣେ, ଭୁବନ ବ୍ଲକ ଖୁରୁସିଆରୁ ଜଣେ,କାମାକ୍ଷାନଗର ବାଲିପଦାରୁ ଜଣେ, ଓଡାପଡା ବ୍ଲକ ବଦାଳୁରୁ ଜଣେ ଏବଂ ଅନ୍ୟ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଛନ୍ତି।     

[amazon_auto_links id=”10233″]

Also Read | Corona ଏଥର ବାୟୁ ମାଧ୍ୟମରେ ବ୍ୟାପୁଛି! କିପରି ଏହାକୁ ଏଡାଇ ହେବ ବିଶେଷଜ୍ଞ କହିଲେ ଉପାୟ

Share this: