By Election: କର୍ମଚାରୀଙ୍କ ଦୁଇଦିନିଆ ତାଲିମ ଶିବିର; ବିଜେପି, ବିଜେଡ଼ି ଏବଂ କଂଗ୍ରେସର ପ୍ରାର୍ଥୀ ଘୋଷଣା

Share this:

ଭୁବନେଶ୍ଵର: ବାଲେଶ୍ୱର ସଦର (Baleshwar Sadar) ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପାଇଁ ନିୟୋଜିତ କର୍ମଚାରୀଙ୍କ ଦୁଇଦିନିଆ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଆଜିଠାରୁ ଆରମ୍ଭ ହେଉଛି। ଜିଲ୍ଲା ସ୍କୁଲରେ ହେବାକୁ ଥିବାଏହି ଶିବିରରେ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସରମାନେ ଅଂଶଗ୍ରହଣ କରିବେ।

ଆଜି ୫୧୯ ଜଣ ଏବଂ ଆସନ୍ତାକାଲି ଅନ୍ୟ ଅଧିକାରୀମାନଙ୍କୁତାଲିମ ପ୍ରଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶିବିର ଆସନ୍ତା ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବ। ସମସ୍ତ ପ୍ରିଜାଇଡିଂ ଏବଂ ପୁଲିଂ ଅଫିସରଙ୍କୁ ତାଲିମ ଶିବିରରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ବିଜେପି (BJP), ବିଜେଡ଼ି(BJD) ଏବଂ କଂଗ୍ରେସ (Congress ) ତିନି ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣାକରିଛନ୍ତି। ବିଜେପିରୁ ମାନସ କୁମାର ଦତ୍ତ, ବିଜେଡ଼ିରୁ ସ୍ୱରୂ କୁମାର ଦାସ, ଏବଂ କଂଗ୍ରେସରୁ ମମତା କୁଣ୍ଡୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି। ବିଜେଡ଼ିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଏବଂ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।

ସୂଚନାଯୋଗ୍ୟ,ଆସନ୍ତା ୧୬ ତାରିଖ ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ନିର୍ଦ୍ଧାରିତ ହୋଇଛି। ଆସନ୍ତାମାସ ୩ ତାରିଖରେ ଭୋଟ୍‍ ଗ୍ରହଣ ହୋଇ ୧୦ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Also Read |Corona Virus:ଆସୁଥିବା ଶୀତଋତୁରେ କରୋନା ଭାଇରସ୍ ଭାରତରେ ବୃଦ୍ଧି ପାଇପାରେ : ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ

Share this: