Kuwait : କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

କୁଏତ : କୁଏତର ସମ୍ରାଟ ଶେଖ ସବାହ (Sheikh Sabah)ଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତିନିଧିତ୍ଵ କରି ସେ ଦେଶର ବର୍ତ୍ତମାନ ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan)।

କୁଏତର ଦିବଙ୍ଗତ ସମ୍ରାଟଙ୍କୁ ଆରବ କୂଟନୀତିର ଭୀଷ୍ମ ପିତାମହ ଭାବରେ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଏହି ଦିବଙ୍ଗତ ନେତା ବିଶ୍ଵରେ ଶାନ୍ତି, ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଦେଶକୁ ପ୍ରତିନିଧିତ୍ଵ କରି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ

ଦିବଙ୍ଗତ କୁଏତ ସମ୍ରାଟ ଶେଖ ସବାହ ଭାରତ ସହ ଦ୍ଵିପାକ୍ଷିକ ସଂପର୍କକୁ ମଜଭୁତ କରିବା ସହ କୁଏତରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଶୋକବ୍ୟକ୍ତ କରିବା ପରେ କୁଏତର ବର୍ତ୍ତମାନର ସମ୍ରାଟ  ଶେଖ ନୱାଫ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନ୍ୟବାଦ ବ୍ୟକ୍ତ କରିଛନ୍ତି।

ଏହି ଗସ୍ତ ସମୟରେ କୁଏତର ତୈଳମନ୍ତ୍ରୀ ଡଃ ଖାଲେଦ ଅଲ୍ଲିଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା। ଶକ୍ତି ସୁରକ୍ଷା ପାଇଁ ଭାରତ ଭଳି ରାଷ୍ଟ୍ର କୁଏତକୁ ବିଶ୍ଵାସୀ ସହଯୋଗୀ ଭାବରେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି।

Also Read|Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

Share this: