Bus: ଧାର୍ଯ୍ୟ ଭଡା ଠାରୁ ଅଧିକା ପଇସା ନେଲେ ବସ ପରମିଟ କ୍ୟାନସେଲ ହେବ: ଓଡ଼ିଶା ପରିବହନ କମିସନର

Share this:

ଭୁବନେଶ୍ଵର: ରାଜ୍ୟରେ କିଛି ବସ୍‍ ଯାତ୍ରୀମାନଙ୍କ ଠାରୁ ଅଧିକ ବସ୍‍ ଭଡା ଆଦାୟ କରୁଥିବା ଜଣାପଡ଼ିବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରୁଛନ୍ତି।

କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତ ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ଘୋଷଣା କରିଥିବା ବସ୍‍ଭଡା ଅପରିବର୍ତ୍ତିତରହିଛି। ତେଣୁ କୌଣସି ପରିସ୍ଥିତିରେ ଅଧିକ ଭଡା ଆଦାୟ କରୁଥିବା ବସ୍‍ ଗୁଡ଼ିକୁ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜ୍ୟ ପରିବହନ କର୍ତ୍ତୃ କ୍ଷ କହିଛନ୍ତି। ଗତକାଲି ଏହି ଅଭିଯୋଗରେ ୮ଟି ବସ୍‍କୁ ଜବତ କରାଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଭଡ ଅନୁଯାୟୀ ସାଧାରଣ ବସ୍‍ ପାଇଁ ଏକ କିଲୋମିଟର ପିଛା ୭୨ ପଇସା, ଏକ୍ସପ୍ରେସ୍‍ ପାଇଁ ୭୫ ପଇସା, ଡିଲକ୍ସ ପାଇଁ ୧୦୫ ଓ ଏସି ଡିଲକ୍ସ ପାଇଁ ୧୨୭ ପଇସା ଧାର୍ଯ୍ୟ କରାଯାଇଛି।

Also Read | Odisha Covid 19: ଆଜି ରାଜ୍ୟରେ ୧୪୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *