School Reopens: ଚଳିତ ମାସରେ ରାଜ୍ୟରେ ଖୋଲିବ ସ୍କୁଲ

Share this:

ଭୁବନେଶ୍ଵର: ଚଳିତ ମାସରେ ରାଜ୍ୟରେ ସ୍କୁଲ (School reopens) ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ନବମରୁ ଦ୍ୱାଦଶ ଯାଏ ପାଠପଢ଼ା ସ୍କୁଲରେ ହେବ। ତେବେ ଏ ନେଇ  ଅଭିଭାବକମାନେ ଏ ନେଇ ରାଜି ନ ହେଲେ ଅନଲାଇନ୍‍ ମାଧ୍ୟମରେ ବ୍ୟବସ୍ଥା କରାଯିବାବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ତେବେ ସ୍କୁଲ ଖୋଲିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି ଓ ଏ ନେଇ ଜିଲ୍ଲାପାଳ (Collector ) ଓ ଜିଲ୍ଲା ଶିକ୍ଷାଧିକାରୀ (DEO) ମାନଙ୍କ ସହ ଆଲୋଚନା କରାଯିବ। କରୋନା ସଂକ୍ରମଣ (Corona pandemic) କୁ ଦୃଷ୍ଟିରେ ରଖି ପୂର୍ବରୁ ୩୦ ପ୍ରତିଶତ ସିଲାବସ୍‍ ହ୍ରାସ ହୋଇଥିବା ବେଳେ ଏହା ଆଉ କମିବ ନାହିଁ। ବାକି ୭୦ ପ୍ରତିଶତ ପାଠ୍ୟକ୍ରମ ନୂଆ କ୍ୟାଲେଣ୍ଡର ଅନୁଯାୟୀ ପ୍ରସ୍ତୁତ ହେବ।

Also Read | School Reopen: Unlock 6.0 ଗାଇଡ୍ ଲାଇନ୍ ଜାରି, ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌

Share this: