Covid19 Odisha: ଓଡ଼ିଶାରୁ ଆଜି ୧୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ, ଆକ୍ଟିଭ କେସ ୯୪ହଜାରରୁ ଅଧିକ

corona_updates
Share this:

ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ପୁଣି ୧୦ହଜାର ୩୧ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୬୨୩ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୪୦୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧ହଜାର ୩୨୯ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୫୬ଜଣ, ବାଲେଶ୍ଵରରୁ ୨୩୦ଜଣ, ବରଗଡ଼ରୁ ୪୫୦ଜଣ, ଭଦ୍ରକରୁ ୨୪୮ଜଣ, ବଲାଙ୍ଗୀରିରୁ ୨୭୪ଜଣ, ବୌଦ୍ଧରୁ ୧୮୩ଜଣ, କଟକରୁ ୭୨୦ଜଣ, ଦେଓଗଡ଼ରୁ ୧୧୮ଜଣ, ଢେଙ୍କାନାଳରୁ ୨୪୪ଜଣ, ଗଜପତିରୁ ୮୯ଜଣ, ଗଞ୍ଜାମରୁ ୨୦୯ଜଣ, ଜଗତସିଂପୁରରୁ ୧୧୫ଜଣ, ଯାଜପୁରରୁ ୩୨୮ଜଣ, ଝାରସୁଗୁଡାରୁ ୪୧୮ଜଣ, କଳାହାଣ୍ଡିରୁ ୪୩୮ଜଣ, କନ୍ଧମାଳରୁ ୭୫ଜଣ, କେଉଁଝରରୁ ୧୬୬ଜଣ, କୋରାପୁଟରୁ ୧୪୨ଜଣ, କେନ୍ଦ୍ରାପଡ଼ାରୁ ୨୪୩ଜଣ, ମୟୁରଭଞ୍ଜରୁ ୨୦୭ଜଣ, ମାଲକାନଗିରିରୁ ୬୨ଜଣ, ନବରଙ୍ଗପୁରରୁ ୩୦୬ଜଣ, ନୟାଗଡ଼ରୁ ୨୬୯ଜଣ, ନୂଆପଡ଼ାରୁ ୩୧୧ଜଣ, ପୁରୀରୁ ୭୦୮ଜଣ, ରାୟଗଡାରୁ ୧୩୨ଜଣ, ସମ୍ବଲପୁରରୁ ୩୦୨ଜଣ, ସୋନପୁରରୁ ୧୬୯ଜଣ, ସୁନ୍ଦରଗଡରୁ ୮୨୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୭୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୫ ଲକ୍ଷ ୬୬ ହଜାର୨୧୫ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୪୪ହଜାର ୮୭୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୫୪୧ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୪୭ ହଜାର ୮୬୩ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪ ହଜାର ୭୬୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ

Share this: